ବାଙ୍ଗାଲୋରରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ,ହତ୍ୟା ଅଭିଯୋଗ

0

ଯାଜପୁର (ସଙ୍କେତ ଖବର): ବାଙ୍ଗାଲୋରରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ହେଉଛନ୍ତି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଜରି ଗ୍ରାମର ଧନେଶ୍ୱର ମଲ୍ଲିକଙ୍କ ପୁଅ ପଙ୍କଜ । ପଙ୍କଜ ସେଠାରେ ଏକ ଘରୋଇ କଂପାନିରେ କାମ କରୁଥିଲେ । ତାଙ୍କୁ ପ୍ରେମଜନିତ କାରଣ ପାଇଁ ସେଠାରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାପା ଧନେଶ୍ୱର ଅଭିଯୋଗ କରିଛନ୍ତି ତାଙ୍କ ଗ୍ରାମର କେତେକ ଯୁବକ ଏଥିରେ ସଂପୃକ୍ତି ଅଛନ୍ତି । ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲାପାଳ ଏବଂ ଏସପିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page