ଢାବାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ

0

ବଲାଙ୍ଗୀର (ସଙ୍କେତ ଖବର): ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥର ଏକ ଢାବା ଉପରେ ଚଢ଼ଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅଧିନସ୍ଥ ମଲମୁଣ୍ଡା ଠାରେ ଥିବା ଆର୍ଯ୍ୟନ ଢାବା ଉପରେ ପୁଇଁନ୍ତଳା ପୋଲିସ ଚଢାଉ କରି ଢାବାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ପୋଲିସ ର ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୁଇଁନ୍ତଳା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନଙ୍କ ନେତୃତ୍ୱରେ ମଲମୁଣ୍ଡା ଠାରେ ଥିବା ଆର୍ଯ୍ୟନ ଢାବା ଉପରେ ଚଢାଉ କରାଯାଇଥିଲା । ଏହି ସମୟରେ ଢାବାରୁ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ୧୫୩ ବୋତଲ ବିଦେଶୀ ମଦ ଓ ବିଅର ଜବତ କରାଯାଇଛି । ବେଆଇନ ମଦ କାରବାର ଚଳାଇଥିବା ଅଭିଯୋଗରେ ପୁଇଁନ୍ତଳା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କୁଟେନପାଲି ଗ୍ରାମର ନିମେଇ ମାଝି ବୋଲି ଜଣାଯାଉଛି। ଅନ୍ୟପଟେ ବଲାଙ୍ଗୀର ଠାରୁ ବୈରାସର ମଧ୍ୟରେ ଛତୁ ଫୁଟିଲା ଭଳି ଢାବା ଥିବା ବେଳେ ସେହିଠାରେ ମଧ୍ୟ ବିପୁଲ ପରିମାଣ ରେ ବିଦେଶୀ ମଦ କାରବାର ଚାଲୁ ଥିବା ବେଳେ ଏହି ସମସ୍ତ ଢାବା ଉପରେ ପୋଲିସ କେବେ ଚଡାଉ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *

You cannot copy content of this page