ବଦଳୁଛି ଭାରତ? ବାଉଁଶଗଛରେ ଏଲଇଡି
ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ସହଜରେ ହଜମ ହୋଇପାରେନା। ବାଉଁଶ ଗଛରେ ଟଙ୍ଗା ହୋଇଛି ଏଲ.ଇ.ଡି ଫ୍ଲାଟ୍ ଟେଲିଭିଜନ ଆଉ ପ୍ରସାରିତ ହେଉଛି ଭାରତୀୟ ଜନତା ପାର୍ଟିର ଦୁଇ ନମ୍ବର ସର୍ବମାନ୍ୟ ନେତାଙ୍କର ରାଜନୈତିକ ଭାଷଣ। ଏ ଦୃଶ୍ୟ ହେଉଛି ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗର ଜନତାଙ୍କ ଉଦ୍ଦେଶ୍ୟରେ #Virtual_Rally ର ଦୃଶ୍ୟ।
ଯେତବେଳେ ପୁରା ପଶ୍ଚିମବଙ୍ଗ କରୋନା ଆଉ ସାମୁଦ୍ରିକ ଝଡ ଅମ୍ଫାନ ମାଡରେ ପୁରା ଛିନଛତ୍ର ହୋଇଯାଇଛି ସେତବେଳେ ବିଜେପି ପକ୍ଷରୁ ଭାର୍ଚୁଆଲ୍ ରାଲି କରାଯାଇ ସରକାରଙ୍କ ସଫଳତାର କାହାଣୀ କୁହାଯାଉଛି। ଏକ ଅସମର୍ଥିତ ସୁତ୍ରରୁ ପ୍ରକାଶ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୭୦,୦୦୦ Flat LED ଓ ୧୫୦୦୦ Giant LED ଟେଲିଭିଜନର ବନ୍ଦୋବସ୍ତ କରାଯାଇଥିଲା। ବିପକ୍ଷଙ୍କ ଅଭିଯୋଗ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୭୮,୦୦୦ ବୁଥ କୁ ଏଭଳି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି।
ଯେତବେଳେ ସାଧାରଣ ଜନତାଟିଏ କରୋନା ଚିକିତ୍ସା ପାଇଁ ଭେଣ୍ଟିଲେଟର ସୁବିଧା ପାଉନାହିଁ ସେତବେଳେ ରାଜନୈତିକ ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ କରୋନା ମହାମାରୀ ସମୟରେବି କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଲୋକଙ୍କୁ ଇଚ୍ଛାକୃତ ସଫଳତାର ଗଳ୍ପ ଶୁଣାଯାଉଛି। ବିଜେପି ମହାମାରୀ ବେଳେବି ରାଜନୀତିକୁ ଭୁଲି ନାହିଁ ବୋଲି ବିପକ୍ଷ ଅଭିଯୋଗ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ କରୋନା କଟକଣା ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଦ୍ବିତୀୟ ପାଳୀର ପ୍ରଥମ ବର୍ଷ ପୁର୍ତ୍ତୀ ଉପଲକ୍ଷେ ଏଭଳି କାର୍ଯ୍ୟକ୍ରମମାନ ଜାରୀ ରଖିଛି।
ଆସନ୍ତା ବର୍ଷକ ମଧ୍ୟରେ ବିହାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏହା କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ସମୟ କହିବ ଏହାର ପ୍ବାର୍ଶ ପ୍ରତିକ୍ରିୟା କ’ଣ ହେଲେ ଏଭଳି ବିପଦ ସମୟରେବି ବାଉଁଶ ଗଛରେ ଏଲ ଇ ଡି ଟଙ୍ଗା ହେବାର ଦୃଶ୍ୟ ବଦଳୁଥିବା ନୂଆ ଭାରତର ଚିତ୍ର ବଖାଣୁଛି ।
-ବିରଞ୍ଚି ନାରାୟଣ ଦାସ