ବଡ଼ଚଣା:ଅଣକା ଗାଁରୁ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଚୋରୀ ଅଭିଯୋଗ।
![](https://www.sanketkhabar.com/wp-content/uploads/2020/05/IMG_20200529_061910-1024x578.jpg)
ବଡ଼ଚଣା(ସଙ୍କେତ ଖବର)
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଣକା ଗାଆଁରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ଚୋରୀ ହୋଇଛି । ଦୁର୍ବୁତ୍ତ ମାନେ ଗାଁ ର ବିଜୟ କୁମାର ଜେନା ଙ୍କ ଘରେ ପଶି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି।
ପ୍ରଥମେ ଦୁର୍ବୁତ୍ତ ମାନେ ବିଜୟଙ୍କ ଘର ଦୁଆରମୁହଁ ଗ୍ରିଲରୁ ତାଲାଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ସମସ୍ତ ପରିବାର ଙ୍କୁ ସେମାନଙ୍କ ଶୋଇବା କୋଠରୀ ବାହାରୁ କବାଟ ଦେଇ, ଅନ୍ୟଏକ କୋଠରୀ ଭିତରେ ଥିବା ଗଡ଼ରେଜ ଆଲମିରା ଖୋଲି ସେଥିରେ ଥିବା ପ୍ରାୟ ୨ଲକ୍ଷ ଟଙ୍କାରୁ ଅଧିକ ସ୍ଵର୍ଣ ଅଳଙ୍କାର ସହିତ ନଗଦ ୬୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେବାରେ ସଫଳ ହୋଇଛନ୍ତି l
ଏହି ଲୁଟପାଟ ଘଟଣାରେ ସ୍ଥାନୀୟ ଅଂଚଳର କୌଣସି ଲୋକଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି ।