ମା’ ବିରଜାଙ୍କ ସ୍ୱନକ୍ଷତ୍ରୋତ୍ସବ ଆସନ୍ତା ୧୧ ରେ

0

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତ୍ୟେକ ବର୍ଷ ମାଘ ମାସ ଅମାବାସ୍ୟା ତିଥିରେ । ଚଳିତ ବର୍ଷ ଏହି ତିଥି ଫେବୃୟାରୀ ୧୧ ତାରିଖରେ ପଡୁଥିବାରୁ ମା’ ଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୁଡା ହୋଇଛି । ସେ ଦିନ ବ୍ରାହ୍ମମୁହୁର୍ତ୍ତରେ ନିତ୍ୟସ୍ନାନ, ସ୍ନାନ ବେଶଲାଗି ଓ ପିଷ୍ଟକାଦି ନୈବେଦ୍ୟ ସମର୍ପଣ ଅନୁଷ୍ଠିତ ହେବ ।

ପ୍ରାତଃ ସୂର୍ଯ୍ୟୋଦୟ ଠାରୁ ଘ. ୭.୩୧ ମିନିଟ ମଧ୍ୟ ମହାସ୍ନାନ, ମହାସ୍ନାନ ପରେ ଚନ୍ଦନଲାଗି, ସାବିତ୍ରୀ ବେଶ, ଅଳଙ୍କାର ଲାଗି, ବେଶ ଅ ସିଂହାସନେ ଷୋଡଶୋପଚାର ପୂଜା ବିଧ ଓ ସ୍ୱ ନକ୍ଷତ୍ର ପୂଜା, ପୂଜା’ ଯଜ୍ଞାରମ୍ଭ, ନବରନ୍ ମଣ୍ଡପେ ଯଜ୍ଞବେଦୀରେ ଯଜ୍ଞାନୁଷ୍ଠାନ ଓ ଯଜ୍ଞା ପୂର୍ଣ୍ଣାହୁତି, ଆରତୀ ଦର୍ଶନ, ଘଟ ବିସର୍ଜନାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ଓ ମନ୍ଦିରର ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତି ମିଶ୍ର ଅବଗତ କରାଇବ୍ଧ । ମା’ ଙ୍କର ଏହି ପବିତ୍ର ଓ ଦୁର୍ଲଭ ବେଶକୁ ଦର୍ଶନ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page