କଳିଙ୍ଗନଗର ରେ କାରଖାନା କୁ ବ୍ଲାକ ମେଲିଂ!

0

ଯାଜପୁର(ସଙ୍କେତ ଖବର)

ପ୍ରଦ୍ୟୁଷଣ ଆଳରେ କମ୍ପାନୀକୁ ବ୍ଲାକମେଲିଂ କରାଯାଉଥିବା ଆଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଭିସା ଷ୍ଟିଲ କାରଖାନାରେ କାମ କରୁଥିବା କର୍ମଚାରୀମାନେ । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳର ଜଣେ ବ୍ୟକ୍ତି ପରିବେଶ ସମିତି ନାମରେ ଏକ ସଂସ୍ଥା ଗଠନ କରି ନିଜସ୍ୱ ଫାଇଦା ପାଇଁ ବିଭିନ୍ନ ପ୍ଲାଂଟକୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । କଳିଙ୍ଗନଗର ଶିଳ୍ପାଂଚାଳରେ ୧୩ ଗୋଟି ଛୋଟ ଓ ବଡ କାରଖାନା ରହିଥିବା ବେଳେ ସେଥି ମଧ୍ୟରୁ ୪ ଗୋଟି କାରାଖାନା ବନ୍ଦ ରହିବା ଫଳରେ ହଜାର ହଜାର ଲୋକେ କାମ ହରାଇ ବେକାର ହୋଇ ବସିରହିଛନ୍ତି । ଏବେ ଉକ୍ତ ସଂସ୍ଥା କଳିଙ୍ଗନଗର ଠାରେ ଥିବା ଭିଶା କାରଖାନା ଦ୍ୱାରା ପ୍ରଦ୍ୟୁଷଣ ବ୍ୟାପୁଥିବା ଅଭିଯୋଗ ଆଣି କମ୍ପାନୀକୁ ଏକ ପ୍ରକାର ବ୍ଲାକମେଲିଂ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ପରିବେଶ ସମିତି ନାଁରେ ବାରମ୍ବାର ଉଦ୍ଦେଶ୍ୟ ମୂଳକ ଭାବେ ଏଭଳି ଅଭିଯୋଗ କରିବା ଦ୍ବାରା କାରଖାନା ବନ୍ଦ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଏହା ଦ୍ବାରା ଏଠାରେ କାର‌୍ୟ୍ୟରତ ୪ ହଜାରରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରମିକ ସଂଗଠନର ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଶ୍ରମକ ମାନେ ସେମାନଙ୍କ ଜୀବନ ଜୀବିକାକୁ ନେଇ ସନ୍ଦିହାନ ହୋଇପଡିଛନ୍ତି । ଏହି ବ୍ୟକ୍ତି ଜଣକ ପୂର୍ବରୁ ଶ୍ରମିକ ସଂଗଠନର ନେତୃତ୍ବ ନେଉଥିଲେ । ମାତ୍ର ତାଙ୍କର ମନ୍ଦ ଉଦ୍ଦେଶ୍ୟ ଓ ଶ୍ରମିକ ସ୍ବାର୍ଥ୍ୟ ବିରୋଧି କାର‌୍ୟ୍ୟକଳାପ ଯୋଗୁଁ ପରବର୍ତ୍ତୀ ସମୟରେ ତାଙ୍କୁ ଶ୍ରମିକ ସଂଗଠନର ନେତୃତ୍ବରୁ ବାହାର କରିଦିଆଯାଇଥିବା ଶ୍ରମିକ ମାନେ ଦର୍ଶାଇଛନ୍ତି । ଏନେଇ ଆଜି ଭିଶା କମ୍ପାନୀର କେତେକ କର୍ମଚାରୀ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଭେଟି ଘଟଣାର ତଦନ୍ତ କରି କମ୍ପାନୀକୁ ବ୍ଲାକମେଲିଂ କରୁଥିବା ସମ୍ପୃକ୍ତ ସଂସ୍ଥା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରିଛନ୍ତି । ନଚେତ୍ ଆଗାମୀ ଦିନରେ କାରଖାନା ବନ୍ଦ ହେବା ଭଳି ପରିସ୍ଥିତି ହେଲେ ଶ୍ରମିକ ମାନେ ନିଜ ପରିବାର ସଦସ୍ୟଙ୍କ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page