ମହିଳା କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ

0

ଯାଜପୁର (ସଙ୍କେତ ଖବର): କଳାହାଣ୍ଡି ର ମମିତା ମେହେର ହତ୍ୟାକାଣ୍ଡ ରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃକି ଅଭିଯୋଗ କରି ଯାଜପୁର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି କୁଶ ପୁତ୍ତଳିକା ଦାହ କରିଥିଲେ । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଇତିଶ୍ରୀ ମହାନ୍ତି ଙ୍କ ନେତୃତ୍ୱରେ ଆଜି ପାଣିକୋଇଲି ସ୍ଥିତ ଏସପି ଅଫିସ ସମ୍ମୁଖ ରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା।

କଂଗ୍ରେସ ନେତା ସନ୍ତୋଷ ନନ୍ଦ,ବଳଭଦ୍ର ଦାସ,ଅଜୟ ସାମଲ ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ଅବସରରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page