ମମିତା ହତ୍ୟାକାଣ୍ଡ ର ହେଉ ସିବିଆଇ ତଦନ୍ତ: ପ୍ରଦୀପ୍ତ ନାୟକ
କଳାହାଣ୍ଡି (ସଙ୍କେତ ଖବର): ମହାଲିଙ୍ଗ କଲେଜ ଏବଂ ସନସାଇନ ବିଦ୍ୟାଳୟ ଠାରେ କଲେଜର ଛାତ୍ରୀ ମାନଙ୍କୁ ଶାରୀରିକ ଶୋଷଣ କରାଯାଉଥିଲା। ସେହିପରି କଲେଜରେ ଆଉ କେଉଁ କେଉଁ ଅନୈତିକ କାମ ଚାଲିଥିଲା। ତାର ତଦନ୍ତ ହେବା ଦରକାର। କଲେଜକୁ ନେଇ ଯେଉଁ ଆଲୋଚନା ଚାଲିଛି ତାର ସତ୍ୟାସତ୍ୟ ଜାଣିବା ପାଇଁ ଏହାର ତଦନ୍ତ ଦାୟୀତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ସେହିପରି କଲେଜ ସଂଚାଳକ ଜଣେ ରାଜନୀତିକ ପ୍ରଭାବଶାଳୀ ବ୍ୟକ୍ତି। ରାଜ୍ୟ ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ ଆଇନ୍ ମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ଦୃଷ୍ଟି ଦେଲେ ଗୋଟିଏ କଥା ସ୍ପଷ୍ଟ ଯେ ଓଡିଶା ସରକାରର ପୋଲିସ ବିଭାଗ ଠାରୁ ଏହି ମାମଲାର ନିରପେକ୍ଷ ତଦନ୍ତ ଆଶା କରିବା ବୃଥା।
ଯେହେତୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁ ଏହି ଘଟଣା ରେ ଆସୁଛି ତେଣୁ ସେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର। ନଚେତ ଏହି ଘଟଣାର ନିରପେକ୍ଷ ତଦନ୍ତ ହେଉ ଏବଂ ପୀଡ଼ିତା ପରିବାର ତଥା ଓଡ଼ିଶା ବାସୀଙ୍କ ଭାବବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରନ୍ତୁ ବୋଲି ଦାବି କରିଛନ୍ତି ପ୍ରଦୀପ୍ତ ନାଏକ।