ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ

0

ଯାଜପୁର ଜିଲ୍ଳ୍ାର ୬ ଟି କେନ୍ଦ୍ରରେ ୨୦୦ ଟି ବିଦ୍ୟାଳୟର ୧୩୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଚ୍ଥି । ସେଥିରେ ୧୦୮୫ ଜଣ ପିଲା ରେଗୁଲାର ଓ ୯୩ ଜଣ ଏକ୍ସ-ରେଗୁଲାର ଥିବା ବେଳେ ୨୦୫ ଜଣ ଓପନ ସ୍ମୁଲର ଚ୍ଥାତ୍ର ଚ୍ଥାତ୍ରୀ ରହିଚ୍ଥନ୍ତି । ରେଗୁଲାର ଓ ଏକ୍ସ-ରେଗୁଲାରର ପରୀକ୍ଷା ଚଳିତ ମାସ ୮ ତାରିଖରେ ଆରମ୍ଭ ହୋଇ ୧୩ ତାରିଖରେ ଓ ଓପନ ସ୍କୁଲର ପରୀକ୍ଷା ୮ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଅବଗତ କରାଇଚ୍ଥନ୍ତି । ତେବେ ପ୍ରଥମ ଦିନର ପରୀକ୍ଷାରେ ରେଗୁଲାର ଓ ଏକ୍ସ-ରେଗୁଲାର ମୋଟ ୧୨୧୮ ପରୀକ୍ଷାର୍ଥାଙ୍କ ମଧ୍ୟରୁ ବିଭିନ୍ନ କାରଣରୁ ୧୩୧ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୦୮୭ ଜଣ ଏହି ୬ ଟି କେନ୍ଦ୍ରରେ ପରୀକ୍ଷା ଦେଇଚ୍ଥନ୍ତି । ଯାଜପୁର ଜିଲ୍ଳ୍ା ସ୍କୁଲରେ ୨୯୪ ଜଣଙ୍କ ମଧ୍ୟରୁ ୨୬୨ ଜଣ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର କେନ୍ଦ୍ରରେ ୨୪୦ ଜଣଙ୍କ ମଧ୍ୟରୁ ୨୦୭ ଜଣ, ବୈଷ୍ଣବ ଦତ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୫୩ ରୁ ୧୩୧ ଜଣ, ମୁନିସିପାଲ ଉଚ୍ଚ ବିଦ୍ୟାଳୟରେ ୨୩୧ ଜଣରୁ ୨୨୦ ଜଣ, କ୍ଷେତ୍ରପାଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୩୧ ରୁ ୧୨୭ ଜଣ ଓ ମୁଗପାଳ ଊଚ୍ଚ ବିଦ୍ୟାଳୟରେ ୧୬୯ ଜଣରୁ ୧୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଚ୍ଥନ୍ତି ବୋଲି ଶ୍ରୀ ନାୟକ ସୂଚନା ଦେଇଚ୍ଥନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page