ଏମ.ସି.ଏଲ.ରେ ବିଶ୍ୱ ପରିବେଶ ଦିବସ ପାଳିତ

0

ସମ୍ବଲପୁର(ସଙ୍କେତ ଖବର): ବିଶ୍ୱ ପରିବେଶ ଦିବସ ଅବସରରେ ଏମସିଏଲ ଅଧ୍ୟକ୍ଷ ସହ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ସିହ୍ନା ପ୍ରକୃତିରେ ସନ୍ତୁଳ ସ୍ଥାପନ କରିବା, ପୃଥିବୀରରେ ସବୁଜ ଆବରଣ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସିଏମଡି ଏମସିଏଲ ମୁଖ୍ୟାଳୟରେ ମୁଖ୍ୟ ଅତିଥି ଭାବରେ ପରିବେଶ ପତାକା ଉତୋଳନ କରି ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାର ଏମସିଏଲର ପ୍ରକଳ୍ପ କ୍ଷେତ୍ରରେ ଆଂଚଳିକ ଜେନେରାଲ ମ୍ୟାନେଜର ଏବଂ ବରିଷ୍ଠ ଅଧିକାରୀମାନେ ସଂଯୁକ୍ତ ହୋଇଥିଲେ । ଶ୍ରୀ ସିହ୍ନା ଏହା ମଧ୍ୟ କହିଛନ୍ତି ଯେ, ଏମସିଏଲ ହେଉଛି ପରିବେଶ ସଂରକ୍ଷଣ ସଚେତନ ଏବଂ ସମ୍ବେଦନଶୀଳ ଏବଂ ନିରନ୍ତର ଖଣି ଅଭ୍ୟାସକୁ ଯତ୍ନ ସହ ଅନୁସରଣ କରୁଛି । ଇକୋ ସିଷ୍ଟମର ପୁନରୁଦ୍ଧାର, ଜଳର ଉପଯୁକ୍ତ ବ୍ୟବହାର, ଉତ୍ପାଦନର ଗୁରୁତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ୧୯୯୨ ମସିହାରେ ଏହାର ଆରମ୍ଭରୁ, ଓଡିଶାର କୋଇଲା କ୍ଷେତ୍ରରେ ଏବଂ ଏହାର ଆଖପାଖରେ ୬୧.୫ ଲକ୍ଷ ଚାରାରୋପଣ କରାଯାଇଛି ଏବଂ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ମଧ୍ୟରେ ୧.୫୦ ହେକ୍ଟର ଅଚଂଳରେ ୨.୭ ଲକ୍ଷ ଗଛ ଲଗାଇବାକୁ ଯୋଜନା କରାଯାଇଛି । ଶ୍ରୀ ସିହ୍ନା ତାଙ୍କ ବାର୍ତାରେ କହିଛନ୍ତି, ବିଶ୍ୱ ବର୍ତମାନ କୋଭିଡ଼-୧୯ ମହାମାରୀର କବଳରୁ ମୁକ୍ତ ହେବା ପାଇଁ ଇକୋ ସିଷ୍ଟମକୁ ପୁନରୁଦ୍ଧାର ସ୍ଥାପନ କରିବା ଆବଶ୍ୟକ ରହିଛି ।
ପ୍ରାକୃତିକ ବିପର୍ଯ୍ୟ ଆଶଙ୍କା ହ୍ରାସ କରେ ଓ ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହଯୋଗ କରିବ । ଶ୍ରୀ ସିହ୍ନା କହିଛନ୍ତି ଯେ, ପରିବେଶ ସୁରକ୍ଷା ପ୍ରତି ଏମସିଏଲ ସଚେତନ ଏବଂ ସମ୍ବେଦନଶୀଳ ଏବଂ ନିରନ୍ତର ଖଣି ଅଭ୍ୟାସ ଅନୁସରଣ କରିବା ସହ ପରିବେଶର ସୁରକ୍ଷା ତଥା ପ୍ରାକୃତିକ ସଂପଦ ସୁରକ୍ଷା ପାଇଁ ପ୍ରତିବଦ୍ଧ । ଶପଥ ଗ୍ରହଣ ଉତ୍ସବରେ ଏମସିଏଲର ଟେକନିକାଲ ନିର୍ଦ୍ଦେଶକ ଶ୍ରୀ ଓପି ସିଂ, ଶ୍ରୀ ପି.କେ.ପଟେଲ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଏବଂ ବିଭାଗର ମୁଖ୍ୟ, ସାଧାରଣ ପରିଚାଳ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଇତ୍ୟାଦି ଉପସ୍ଥିତ ଥିଲେ । କୋଇଲା ଉତ୍ପାଦନ ଅର୍ଥାତ ଭୂପୃଷ୍ଠ ଖଣି ମାଧ୍ୟମରେ ୧୩୯ ନିୟୁତ ଟନରୁ ଅଧିକ କୋଇଲା ଏବଂ ୭୯% ଅର୍ଥାତ ଇକୋ-ଫ୍ରେଡ଼ଲି ରେଳ ମୋଡ଼ ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ୧୧୫ ମିଲିୟନ ଟନ୍ ଶୁଖିଲା ଇନ୍ଦନ ।
କୋଭିଡ଼-୧୯ ବିରୋଧରେ ଲଢ଼େଇ କରିବା ପାଇଁ ଏମସିଏଲ କର୍ମଚାରୀମାନଙ୍କୁ ମାସ୍କ ଏବଂ ସାନିଟାଇଜର ବଟଂନ କରାଯାଇଥିଲା । ପରିବେଶ ଏବଂ ଜଙ୍ଗଲ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସଂପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳାତାର ସହ ସମାପ୍ତ ହୋଇଥିଲା । ସିନିୟନର ମ୍ୟାନେଜର (ପରିବେଶ) ଶ୍ରୀ ଡ଼ି.କେ. ଖଣ୍ଡା ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page