ବନ୍ଦ ହୋଇଯିବ ସବୁ ଔଷଧ ଦୋକାନ,ଜାଣନ୍ତୁ କାହିଁକି?

0

ନୂଆଦିଲ୍ଲୀ (ସଂକେତ ଖବର ବ୍ୟୁରୋ):ଯେତେବେଳେ ଯେଉଁ ଧର୍ମଘଟ ହୁଏ ସବୁବେଳେ ଔଷଧ ଦୋକାନ ଏହି ଧର୍ମଘଟରୁ ବାଦ ଦିଆଯାଇଥାଏ । କାରଣ ଏହା ଅତ୍ୟାବଶ୍ୟକ ସାମଗ୍ରୀ ଅର୍ନ୍ତଭୁକ୍ତ ଯାହାକି ମଣିଷର ଜୀବନ ବଂଚାଇବା ପାଇଁ ବେଶ ସହାୟକ ହୋଇଥାଏ । କିନ୍ତୁ ଏହି ଔଷଧ ଦୋକାନ କେତେକ ଦାବୀ ନେଇ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ଦିନ ବନ୍ଦ ହେବାକୁ ଯାଉଛି ।

ଏ ନେଇ ଅଲ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (ଏଆଇଓସିଡି) ପକ୍ଷରୁ ସାରା ଦେଶରେ ଔଷଧ ଦୋକାନ ବନ୍ଦ କରିବାକୁ ଆହ୍ୱାନ ଦେଇଛି । ଅନଲାଇନ ଯୋଗେ ଔଷଧ ବିକ୍ରି କୁ ବନ୍ଦ କରିବା,ଜରୁରୀ ଔଷଧ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦେବା,ଔଷଧ ବିକ୍ରି କୁ ନେଇ ହେଉଥିବା ପ୍ରତିଯୋଗୀତାକୁ ବନ୍ଦ କରିବା,ଖୁଚୁରା ବ୍ୟବସାୟୀ ଓ କର୍ମଚାରୀଙ୍କ ଜୀବନ ର ସୁରକ୍ଷା ଯୋଗାଇଦେବା,ଡାକ୍ତର,ପାଂର୍ମାଷିଷ୍ଟ ଓ ରୋଗୀଙ୍କ ମଧ୍ୟରେ ପରାମର୍ଶ ସେବା ଚାଲୁ ରଖିବା ଓ ନିଶା ଔଷଧକୁ ବନ୍ଦ କରିବା ଦାବୀ ନେଇ ଏହି ଆନ୍ଦୋଳନର ଡାକରା ଦିଆଯାଇଛି ।

ଏହା ପୂର୍ବରୁ ୨୧ ତାରିଖରୁ୨୭ ତାରିଖ ପର୍ଯ୍ୟନ୍ତ ଔଷଧ ଔଷଧ ଦୋକାନୀ ଓ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ଲୋକଙ୍କୁ ସଚେତନ କରିବେ ।   ଏଆଇଓସିଡି ଦେଇଥିବା ଡାକରା କୁ ସମର୍ଥନ ଜଣାଇଛି ଉକ୍ରଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ବାରମ୍ବାର କେମିଷ୍ଟ ଏବଂ ଡ୍ରଗିଷ୍ଟ ମାନଙ୍କର ସମସ୍ୟା ନେଇ ସରକାରଙ୍କୁ ଅବଗତ କରିଥିଲେ ହେଁ ସରକାର କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ସଂଘ ଏପରି ନିଷ୍ପତି ନେବାକୁ ବାଧ୍ୟ ହୋଇଛି ବୋଲି ଆସୋସିଏସନ ର ସଭାପତି ପି ସତ୍ୟନାରାୟଣ ଓ ସାଧାରଣ ସଂପାଦକ ବନୋଜ ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page