ବିଶ୍ବ ୠତୁସାବ ସ୍ବଚ୍ଛତା ଦିବସ ପାଳିତ

0

ଯାଜପୁର(ସଂକେତ ଖବର) ପ୍ରତ୍ଯେକ ବର୍ଷ ୨୮ ମେ ରେ ବିଶ୍ବରେ ୠତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରା ଯାଇଥାଏ | ପ୍ରାୟତଃ ୧୩ ବର୍ଷର ବାଳିକା ଠାରୁ ଆରମ୍ଭ କରି ୫୦ ବର୍ଷରୁ ଉର୍ଦ୍ଧ ମହିଳାମାନେ ମାସିକ ଧର୍ମ ବା ୠତୁସ୍ରାବ ସହିତ ଜଡିତ ଥାଆନ୍ତି | ଏହି ସମୟରେ ନିଜ ଶରୀରର ଯତ୍ନ ନେବା ସହ ସଫାସୁତୁରା ରହିବା ଅତ୍ଯନ୍ତ ଜରୁରୀ ଅଟେ |ଆଜି ବି ଆମ ଦେଶରେ ଗାଆଁ ରୁ ସହର ପର୍ଯ୍ୟନ୍ତ ଅନେକ ବାଳିକା ବା ମହିଳା ରହିଛନ୍ତି ଯେଉଁମାନଙ୍କୁ ମାସିକ ଧର୍ମ ସମ୍ବନ୍ଧିୟ ବିଷୟରେ ସମ୍ପୁର୍ଣ୍ଣ ଜ୍ଞାନର ଅଭାବ ରହିଛି | ଏଣୁ ସେମାନଙ୍କୁ ୠତୁସ୍ରାବ ସମ୍ବନ୍ଧରେ ସଚେତନ କରିବା ସହ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରା ଯାଉଛି | ଏହି ମର୍ମରେ
ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରରୁ “ବିଶ୍ବ ୠତୁସ୍ରାବ ସ୍ବତ୍ସତା ଦିବସ” ଉପଲକ୍ଷେ ଏକ ସଚେତନତା ରାଲି ବାହାର କରାଯାଇ ଥିଲା |ଏହାକୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁବାଶିଷ ମହାରଣା ,ଡିପିଏଚସିଓ ରୁକ୍ମିଣୀ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏଥିରେ ବିରଜା ନର୍ସିଂ ସ୍କୁଲର ଛାତ୍ରୀ, ଏଏନଏମ ଓ ଆଶା କର୍ମୀମାନେ ସାମିଲ ହୋଇଥିଲେ |ମାସିକ ୠତୁସ୍ରାବ ସମୟରେ ପ୍ୟାଡ ବା ଶୁଖିଲା ପରିସ୍କାର କପଡା ବ୍ୟବହାର କରିବା,ପ୍ରତି ୪ ଘଣ୍ଟାରୁ ୬ ଘଣ୍ଟା ଭିତରେ କପଡା ବଦଳାଇବା, ଏହି ଦିନ ମାନଙ୍କରେ ପରିସ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଏବଂ ସବୁଜ ପନିପରିବା ଓ ଆଇରନ ବଟିକା ଖାଇବା ଭଳି ସଚେତନତାର ବାର୍ତ୍ତା ମହିଳାମାନଙ୍କୁ ଦିଆ ଯାଇଥିଲା | ପରେ ପରେ ଏହି ଦିବସ ଉପଲକ୍ଷେ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଏକ ସଭାର ଆୟୋଜନ କରା ଯାଇଥିଲା |


ଏଥିରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ସୁବାଶିଷ ମହାରଣା ଅଧ୍ୟକ୍ଷତା କରି ଏହି ଦିବସର ଆଭିମୁଖ୍ୟ ଓ ସଚେତନତା ଉପରେ ଆଲୋକ ପାତ କରିଥିଲେ | ସ୍ତ୍ରୀ ଓ ପ୍ରସୁତି ବିଭାଗ ଚିକିତ୍ସାଧିକାରୀ ଡା. ନିରଞ୍ଜନ ପତି ୠତୁସ୍ରାବ କାଳିନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ପୂର୍ବକ ଜନ ସଚେତନତା ଦିଗରେ ସମସ୍ତ ଚିକିତ୍ସାଳୟ କର୍ମଚାରୀ, ଆଶା ଓ ଏଏନଏମ ମାନେ ଯତ୍ନବାନ ହେବା ଆବଶ୍ଯକ ବୋଲି ମତବ୍ୟକ୍ତ କରିଥିଲେ |ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭାଗୀୟ ମୁଖ୍ୟ, କର୍ମଚାରୀ ଓ ପଦାଧିକାରୀମାନେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *

You cannot copy content of this page