ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ପୁରୀ ଗସ୍ତ

0

ପୁରୀ(ସଙ୍କେତ ଖବର) ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ପୁରୀ ସ୍ପେଶାଲ ସର୍କିଟହାଉସରେ (Special Circuit House) ପୁରୀର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।

ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ନାୟକଙ୍କ ସହିତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତଥିଲେ ଏବଂ ପୁରୀରେ ଥିବା ନୀଳାଦ୍ରି ନିଳୟ ମାଧ୍ୟମରେ ଓଡିଶା ପତିତ ଉଦ୍ଧାର ସମିତି ତରଫରୁ ଲୋକନାଥ ରୋଡ ଠାରେ ଅବସ୍ଥିତ ଭିକାରି ଗୃହ (Beggar Home) କୁ ମଧ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ସେଠାରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ| ଭିକାରୀ ଗୃହ ର ସମ୍ପାଦିକା ଆଭା ଚୌଧୁରୀ ଓ ଅନ୍ୟାନ୍ୟ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ|

Leave a Reply

Your email address will not be published. Required fields are marked *

You cannot copy content of this page