ବାତ୍ୟା ପରେ ନିରବିଚ୍ଛନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ- ଶକ୍ତିମନ୍ତ୍ରୀ

0

ଭୂବନେଶ୍ୱର (ସଙ୍କେତ ଖବର): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ବାଲେଶ୍ୱର ପହଞ୍ଚି ବାତ୍ୟା ‘ୟାସ୍’ର ସମୀକ୍ଷା କରିଛନ୍ତି।ବାତ୍ୟା ପରେ ଲୋକଙ୍କୁ କିପରି ବିଦ୍ୟୁତ ସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।
ବାତ୍ୟା ପରେ ବିଦ୍ୟୁତ୍ ସେବା ବ୍ୟାହତ ହେଲେ ଲୋକଙ୍କୁ ଜେନେରେଟର ନଚଳାଇବା ପାଇଁ କହିଛନ୍ତି । ଏଥିରେ ସର୍ଜ ବା ବ୍ୟାକ କରେଣ୍ଟ ଥିବାର ଆଶଙ୍କା ରହିଛି । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ କିପରି ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି । ଏହା ସହ ଗଛ କାଟି ପରିବହନ ଯାତାୟତ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ରେସପନସ୍ ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି । ବାତ୍ୟା ପୂର୍ବରୁ ସେ କୋଭିଡ୍ ହସପିଟାଲ ମାନଙ୍କରେ ଜେନେରେଟର୍ ବ୍ୟବସ୍ଥା କଥା ପଚାରୀ ବୁଝିଥିଲେ । ୯ଟି କୋଭିଡ୍ ହସପିଟାଲରେ ୧୮ଟି ଜେନେରେଟର ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page