ସୁସ୍ଥ ହେଲେ ମନ୍ତ୍ରୀ ପ୍ରତାପ ଜେନା,ଶୁଭେଛୁଙ୍କୁ ଜଣାଇଲେ ଧନ୍ୟବାଦ

0

ଭୂୂବନେଶ୍ୱର (ସଙ୍କେତ ଖବର ): ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡିଶାର ଜନସାଧାରଣଙ୍କ ଶୁଭେଚ୍ଛାରୁ ଆଜି ୧୮ ଦିନ ପରେ କୋଭିଡ-୧୯ ଚିକିତ୍ସା ପରେ ଘରକୁ ଫେରିଛନ୍ତ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପ ଜେନା ନିଜ ନିର୍ବାଚନମଣ୍ଡଳୀ ମାହାଙ୍ଗା ର ଜନସାଧାରଣଙ୍କୁ କୃତଜ୍ଞତା ଜଣେଇବା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ସୋମ୍ ହସ୍ପିଟାଲ ର ପ୍ରତିଷ୍ଠାତା ଶ୍ରୀ ମନୋଜ ନାୟକ, ଡ଼. ପ୍ରଦୀପ୍ତ ପାତ୍ର ଓ ହସ୍ପିଟାଲ ର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇବାରେ ସୋମ୍ ହସ୍ପିଟାଲ ଗୁରୁତ୍ୱପୂର୍ଣ ଭୂମିକା ତୁଳାଉଛି । ମୋର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାରୁ ମହାମହିମ ରାଜ୍ୟପାଳ ଶ୍ରୀ ଗନେସି ଲାଲ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋର ସ୍ୱାସ୍ଥ୍ୟ ବିଷୟରେ ବାରମ୍ବାର ଚିନ୍ତା ପ୍ରକଟ କରି ବୁଝିବା ସହ ଶୁଭେଚ୍ଛା ଜଣାଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି । ଓଡିଶା ର ଜନସାଧାରଣଙ୍କୁ କୋଭିଡ-୧୯ ମହାମାରୀ ସମୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସକ୍ଷମ ହୋଇଛି । ଓଡିଶା, ଦେଶ ର ସବୁ ରାଜ୍ୟକୁ ଅମ୍ଳଜାନ ଯୋଗେଇବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଦେଶବାସୀ ଧନ୍ୟବାଦ ଜଣାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page