ଦର୍ପଣ ତହସିଲ ଅଂଚଳରେ ମାଙ୍କଡ଼ା ପଥର ମାଫିଆ ସକ୍ରିୟ।
![](https://www.sanketkhabar.com/wp-content/uploads/2020/05/IMG_20200527_063702-1024x768.jpg)
ବଡ଼ଚଣା(ସଂକେତଖବର)
ମହାମାରୀ କରୋନା ପାଇଁ ପୋଲିସ ସହିତ ପ୍ରଶାସନିକ ଅଧିକାରୀ ମାନେ ନିଜ ନିଜର କର୍ତ୍ତବ୍ୟ ରେ ବ୍ୟସ୍ତ ରହୁଛନ୍ତି। ଏହାର ଫାଇଦା ନେଇ ଦର୍ପଣ ତହସିଲ ଅଞ୍ଚଳରେ ମାଙ୍କଡ଼ା ମାଫିଆ ମାନେ ଲୁଟିବାରେ ମାତିଛନ୍ତି। ଏଭଳି ପରିସ୍ଥିତିରେ ଗତକାଲି ମଧ୍ୟ୍ୟରାତ୍ରୀ ବେଳକୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସ୍ଥିତ ଉପୁଳା \nରୋଡ଼ରେ ବୈରୀ ଥାନା ଓ ଛତିଆ ବିଟ ହାଉସ ପେଟ୍ରୋଲିଙ୍ଗ କରିବା ସମୟରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ନଜରକୁ ଆସିଥିଲା।ପୋଲିସ ଗାଡି ନଂ- OR-09E-0411 କୁ ଜବତ କରିବା ସହିତ ଏହି ଚାଲାଣ ରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାପୁ ପାତ୍ର ଏବଂ ମନୋଜ ସାହୁ। ଏହି ଘଟଣା ରେ ଅନ୍ୟ କେତେକ ସମ୍ପୃକ୍ତି ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ବୈରୀ ଥାନା ରେ ଅଭିଯୁକ୍ତ ଙ୍କ ଵିରୋଧ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ତେବେ ଏହି ଚୋରା ଚାଲାଣ ରେ ସମ୍ପୃକ୍ତ ଗାଡ଼ି ମାଲିକ ଙ୍କ ବିରୋଧ ରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ ହୋଇଛି। ଦର୍ପଣ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ପ୍ରତି ସ୍ଥାନୀୟ ପ୍ରଶାସନ ନଜର ରଖିବା ଦରକାର ବୋଲି ସାଧାରଣରେ ଦାବି ହେଉଛି।