କରୋନା ରେ ମୃତ ପରିବାର ବର୍ଗଙ୍କୁ ସହାୟତାର ହାତ ବଢାଇଲେ ବିଧାୟିକା

ଯାଜପୁର (ସଙ୍କେତ ଖବର): ରାଜ୍ୟ ରାଜନୀତି ରେ କରୋନା ଯୋଦ୍ଧା ପାଲଟି ଯାଇଥିବା ବରୀ ବିଧାୟିକା ସୁନନ୍ଦା ଦାସ କରୋନା ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ପରିବାରର ଝିଅ ମାନଙ୍କୁ କିସାନ ବିକାଶ ପତ୍ର ମାଧ୍ୟମରେ ୫ହଜାର ଟଙ୍କା ଲେଖାଁ ଫିକ୍ସିଡ଼ ଡିପୋଜିଟ କରି ସହାୟତର ହାତ ବଢାଇଛନ୍ତି । ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାରପୁର ପଞ୍ଚାୟତର କରୋନା ରେ ମୃତ ହୋଇଥିବା ଜନୈକ ବ୍ୟକ୍ତିଙ୍କ ଝିଅଙ୍କ ନାମରେ ଏହି ଡିପୋଜିଟ କରାଯାଇଛି । କରୋନା ମହାମାରୀ ଦ୍ୱିତୀୟ ଲହର ବରୀ ରେ ତାଣ୍ଡବ ଲୀଳା କରୁଛି, ସେଥିପାଇଁ ସମସ୍ତେ କରୋନା କଟକଣାକୁ ମାନି ଚଳିବାକୁ ନିବେଦନ କରିଛନ୍ତି । ସତର୍କ ରହିଲେ କରୋନା ପରାସ୍ତ ହେବ ବୋଲି ଶ୍ରୀମତି ଦାସ କହିଛନ୍ତି । ସାମାଜିକ ଦୂରତା ପାଳନ କରି ଜନସାଧାରଣଙ୍କ ସେବା ଆଗାମୀ ଦିନରେ ଜାରିରଖିବି ବୋଲି କହିଛନ୍ତି। ବିଧାୟିକାଙ୍କ ଏହି କାର୍ୟ୍ୟ ପନ୍ଥାକୁ ସାଧାରଣରେ ପ୍ରଶଂସା କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସାମଲ, ସରପଞ୍ଚ ଟି ରୋଜାଲିନ, ବିଜେଡି ବ୍ଲକ ସଭାପତି କେଦାର ସାମଲ, ସରପଞ୍ଚ ସନ୍ତୋଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।