କଥା ରଖିଲେ ବିଧାୟକ……ବ୍ୟକ୍ତିଗତ ଅର୍ଥ ବ୍ୟୟ କରି ଯୋଗାଇଲେ ଘର

0

ଯାଜପୁର(ଏସ. ରାୟ)
ସାଧାରଣତଃ ରାଜନେତାଙ୍କ ପ୍ରତିଶୃତିକୁ ସବୁବେଳେ ପାଣିର ଗାର ବୋଲି ବିଶ୍ୱାସ କରାଯାଏ । ପରିସ୍ଥିତିରେ ପଡି ଅନେକ ସମୟରେ ରାଜନେତା ବା ଲୋକପ୍ରତିନିଧି ଦେଉଥିବା ପ୍ରତିଶୃତିକୁ ଭବିଷ୍ୟତରେ ପୁରଣ କରିବାରେ ଅସମର୍ଥ ହୋଇଥାନ୍ତି । ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହାକି ପ୍ରତିଶୃତିକୁ ପୁରଣ କରିବା ବି ଅସମ୍ଭବ ଥାଏ । କିନ୍ତୁ ଏ ସବୁକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ । ସୁକିନ୍ଦା ବ୍ଳକର ଲେମ୍ବୋ ପଂଚାୟତର ସାନ୍ତାଳ ସାହି ର ବିଧବା ମହିଳା ଜାନକୀ ମୁର୍ମୁଙ୍କୁ ଦେଇଥିବା ପ୍ରତିଶୃତିକୁ ଅକ୍ଷର ଅକ୍ଷର ପାଳନ କରିଛନ୍ତି ବିଧାୟକ ।

ଜାନକୀ ମୁର୍ମୁ ଙ୍କ ପତ୍ନି ୬ ମାସ ତଳୁ ଆରପାରିକୁ ଚାଲିଯାଇଛନ୍ତି । ପୁଅ ମଧ୍ୟ ଆର ପାରିକୁ ଚାଲିଯିବା ପରେ ବୋହୁ ବି ଛାଡି ଚାଲିଯାଇଛି କେଉଁଆଡେ । ନିଜ ପାଖରେ ୩ ନାତି ଓ ନାତୁଣୀ । ଘରେ ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ନଥିଲା । ଏପରିକି ଘର ଚଳିବାବି ମୁସ୍କିଲ । ବିଧାୟକ ଉକ୍ତ ଗାଁକୁ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଇଥିବା ବେଳେ ନଜର ପଡିଥିଲା ଜାନକୀଙ୍କ ଉପରେ । ତୁରନ୍ତ ତାଙ୍କ ଘରକୁ ଯାଇ ତାଙ୍କ ଅବସ୍ଥା ସପଂର୍କରେ ପଚାରିବୁଝିଥିଲେ । ଜାନକୀ ନିଜର ଦୁଃଖ କାହାଣୀ ବିଧାୟକଙ୍କ ଆଗରେ ବଖାଣିଥିଲେ । ପରେ ଜାନକୀଙ୍କ ହାତରୁ ବିଧାୟକ ଶାଗ ଓ ପଖାଳ ଖାଇଥିଲେ । ତୁରନ୍ତ ତାଙ୍କର ନାତି ଓ ନାତୁଣୀଙ୍କୁ ଥଇଥାନ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସୁକିନ୍ଦା ବିଡିଓଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ।

କିନ୍ତୁ ଜାନକୀଙ୍କ କୌଣସି ପଟ୍ଟା ଜମି ନଥିବାରୁ ସରକାରୀ ଯୋଜନାରେ ତାଙ୍କୁ ଘର ଯୋଗାଇବା ଅସମ୍ଭବ ହୋଇପଡିଲା । କିନ୍ତୁ ବିଧାୟକ ଜାନକୀଙ୍କୁ ଦେଇଥିବା ପ୍ରତିଶୃତି ପୁରଣ କରିବା ପାଇଁ ନିଜ ବ୍ୟକ୍ତିଗତ ପାଣ୍ଠିରୁ ଅର୍ଥ ପ୍ରଦାନ କଲେ ଘର କରିବା ପାଇଁ । ମାତ୍ର ୩ ମାସ ମଧ୍ୟରେ ବିଧାୟକ ଦେଇଥିବା ଅର୍ଥରେ ଘର ସଂପୁର୍ଣ୍ଣ ହେବା ପରେ ଗୃହ ପ୍ରବେଶ କରିଛନ୍ତି ଜାନକୀ ଓ ତାଙ୍କ ୩ ନାତି ଓ ନାତୁଣୀ । କିନ୍ତୁ ଯାହାଙ୍କ ଅବଦାନ ଏହି ଘର ପାଇଁ ସେହି ବିଧାୟକ ଆସିଲେ ସେ ଘରକୁ ଯିବ ବୋଲି ଅଡିବସିଥିଲେ ଜାନକୀ । ବିଧାୟକ ଜାନକୀଙ୍କ ଘରେ ପହଂଚିବା ପରେ ସେ ଭାରି ଖୁସି ହୋଇପଡିଥିଲେ । ଘରକୁ ନିଜ ପୁଅ ଆସିଥିବା ଭାବି ପାଛୋଟି ନେଇ ହାତ ଗୋଡ ଧୋଇ ଦେଇ ନେଇଯାଇଥିଲେ ଘର ଭିତରକୁ । ଏଥିସହିତ ଘର ପାଇଁ ଆବଶ୍ୟକ ନୂଆ ସପ,ମସାରି ମଧ୍ୟ ପ୍ରଦାନ କରିଥିଲେ ବିଧାୟକ । ଏଭିଳି ପିରସ୍ଥିତିରେ ଜାନକୀଙ୍କ ଆଖିରେ ଖୁସିର ଲୁହ ଦି ଟୋପା ଝରିଆସିଥିଲା । ସାଂପ୍ରତିକ ପରିସ୍ଥିତିରେ ରାଜନେତା ମାନେ ପ୍ରତିଶୃତି ଦେଇ ଭୁଲିଯିବା ଏକ ଅଭ୍ୟାସରେ ପରିଣତ ହୋଇଥିବା ବେଳେ ସୁକିନ୍ଦା ବିଧାୟକଙ୍କ ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page