ପୋଖରୀରେ ବୁଡି ମା ଓ ଝିଅ ମୃତ୍ୟୁ

0

ଯାଜପୁର (ସଙ୍କେତ ଖବର): ଯାଜପୁର ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମ ମହାନ୍ତିପାଟଣାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ସୁଧାଂଶୁ ଶେଖର ମହାନ୍ତିଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି (୩୪) ଓ ଝିଅ ଲେଖାଶ୍ରୀ (୧୪)। ସୂଚନାଯୋଗ୍ୟ, ବାତ୍ୟାର ପ୍ରଭାବରେ ବର୍ଷା ହୋଇ ପୋଖରୀରେ ଅଧିକ ପାଣି ହୋଇଯାଇଥିଲା। ତେବେ ଆଜି ସକାଳୁ ଶ୍ରଦ୍ଧାଞ୍ଜଳି ଓ ଲେଖାଶ୍ରୀ ମା’ ଓ ଝିଅ ଦୁହେଁ ଗାଧେଇବାକୁ ଯାଇଥିଲେ। ଦୀର୍ଘ ସମୟ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରେ ଦୁହେଁ ବୁଡ଼ି ଯାଇଥିବା ଖବର ମିଳିଥିଲା। ଏହାପରେ ପୋଖରୀ ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ମା’ ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page