ପୂର୍ବତନ ପୌରପାଳ ତଥା ବରିଷ୍ଠ ଆଇନଜୀବି ହୃଷିକେଶ ରାଉତଙ୍କ ବିୟୋଗ ରେ ଶୋକସଭା
![](https://www.sanketkhabar.com/wp-content/uploads/2021/05/hrusikesh.jpg)
ବ୍ୟାସନଗର(ସଙ୍କେତ ଖବର): ନିଖିଳ ଉତ୍କଳ ଆଇନିଜୀବି ସଂଘ ଓ ଯାଜପୁରରୋଡ ସିଭିଲ ସୋସାଇଟି ମିଳିତ ଆନୁକୂଲ୍ୟରେ ରେ ଗତକାଲି ଏଗାର ଘଟିକା ତିରିଶ ମିନିଟ ରେ ବରିଷ୍ଠ ଓ ସୁନାମ ଧନ୍ୟ ଓକିଲ ତଥା ବ୍ୟାସନଗର, ପୂର୍ବତନ ପୌରପାଳ ହୃଷିକେଶ ରାଉତଙ୍କ ବିୟୋଗ ରେ ଭରଚୁଆଲ ମାଧ୍ୟମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସିଭିଲ ସୋସାଇଟି ର ଆବାହକ ଆଇନିଜବୀ ବିବେକାନନ୍ଦ ମହାନ୍ତି ଏବଂ ନିଖିଳ ଉତ୍କଳ ଆଇନିଜୀବି ସଂଘ ସାଧାରଣ ସମ୍ପାଦକ ବିଭୁପ୍ରସାଦ ତ୍ରିପାଠୀଙ୍କ ମିଳିତ ଅବାହକ ତ୍ୱତାବଧାନରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ନାୟମୂର୍ତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ପୃଷ୍ଟି ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ଓକିଲାତି ଓ ସମାଜ ସେବା କ୍ଷେତ୍ରରେ କାର୍ୟ୍ୟଧାରା ର ଶୈଳୀ ଓ ଦକ୍ଷତା ତାଙ୍କୁ ଚିରଦିନ ଅମର କରି ରଖିବ ବୋଲି ସ୍ମୃତି ଚରଣ କରିଥିଲେ । ରାଜ୍ୟ ଓକିଲ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ସ୍ୱାଗତ ଅଭିଭାଷଣ କରିଥିଲେ ଏବଂ ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଉପସ୍ଥିତ ଥିବା ବକ୍ତାଙ୍କର ପରିଚୟ ପ୍ରଦାନ କରିଥିଲେ ଓ ବରିଷ୍ଠ ଓକିଲ ଚନ୍ଦ୍ରଶେଖର ପଣ୍ଡା ରାଉତଙ୍କ ଯିବନୀ ଉପରେ ଆଲୋକ ପାତ କରିଥିଲେ। ପ୍ରଥମେ ସ୍ୱର୍ଗତ ରାଉତଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ ।
ଉପସ୍ଥିତ ଅତିଥି ଗଣ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚରଣ କରି ହୃଷୀ ବାବୁ ଜଣେ ଅତି ଉତ୍ତମ ଓକିଲ ଓ ଦକ୍ଷ ରାଜନୀତିଜ୍ଞ ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ଏବଂ ସର୍ବୋପରି ବ୍ୟାସନଗର ବିକାଶ ତାଙ୍କର ମୂଳ ଲକ୍ଷ ଥିଲାବୋଲି କହିଥିଲେ। ତାଙ୍କ ସମୟରେ ବ୍ୟାସନଗର ର ବୋହୁ ବିଧି ବିକାଶ ଉପରେ ବକ୍ତା ମାନେ ଆଲୋଚନା କରିଥିଲେ ।
ଏହି ବୈଠକରେ ଶ୍ରୀଯୁକ୍ତ ଶରତ ରାଉତ,ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର,ଏଡିଏମ କଳିଙ୍ଗନଗର ତଥା ପ୍ରଶାସକ ,ବ୍ୟାସନଗର ପୌର ପରିଷଦ,ପୂର୍ବତନ ଏମପି ତଥା ଆନ୍ତରାଷ୍ଟ୍ରୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ , ପୂର୍ବତନ ଆଡ଼ଭୋକେଟ ଜେନେରାଲ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରସାଦ ମିଶ୍ର , ଉଚ୍ଚନ୍ୟାୟଳୟ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ସାହୁ, ସିନିଅର ଆଡ଼ଭୋକେଟ ଶ୍ରୀଯୁକ୍ତ ଶୌର୍ଯ୍ୟ ସୁନ୍ଦର ଦାସ, ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ , ବ୍ୟାସନଗର ପୂର୍ବତନ ପୌରପାଳ ରସାନନ୍ଦ ମହାନ୍ତି, ଶ୍ରୀମତୀ ସରୋଜିନୀ ବଳ, ଶ୍ରୀମତୀ ବନ୍ଦିତା ପରିଡା, ଶ୍ରୀମତୀ ସବିତା ରାଉତ , ବ୍ୟାସନଗର ଓକିଲ ସଂଘ ସଭାପତି ନାରାୟଣ ପ୍ରସାଦ ପତି, କଳିଂଗ ନଗର ର ସଭାପତି ମନୀନ୍ଦ୍ର ଧଳ,ଟିକସ ବାର ର ସଭାପତି ଅଜୟ ବିଶ୍ୱାଳ,ଯାଜପୁର ରୋଡ ବାର ର ବିଜୟ ମହାନ୍ତି, ଜିଲ୍ଲା ଓକିଲ ସଂଘ ସଭାପତି ସମରେନ୍ଦ୍ର ଦାସ, ଜିଲ୍ଲା କ୍ରିମିନାଲ ଓକିଲ ସଂଘ ସଭାପତି ପ୍ରଦୀପ୍ତ ପଣ୍ଡା ବରିଷ୍ଟ ଓକିଲ ସତ୍ୟନାରାୟଣ ପଣ୍ଡା ,ଅମୂଲ୍ୟ ଚନ୍ଦ୍ର ଦାସ,ସୁଧାଂଶୁ ଶେଖର ଦାସ, ସମୀର କୁମାର ନାୟକ, ବିଧାନ ପାଣିଗ୍ରାହୀ,ବିଷ୍ଣୁ ପ୍ରସାଦ ଶର୍ମା, ବ୍ୟାସନଗର ପ୍ରେସ ଫୋରୁମ ସଭାପତି ଅଭୟ କୁମାର ପତି, ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ପ୍ରାଧ୍ୟାପକ କୁଶ ଚନ୍ଦ୍ର ପ୍ରଧାନ, ନଟବର ପଣ୍ଡା,ଅମରେଶ ମିଶ୍ର, ନଳିନୀ କୁମାର ମିଶ୍ର ଧନେଶ୍ୱର ବାରିକ,ରଞ୍ଜନ କୁମର ମାଲିକ ,ହେମନ୍ତ ପଥାଳ, ସତ୍ୟଜିତ ଶତପଥୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଶେଷରେ ସସ୍ମିତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ମାନ୍ୟବର ବିଶିଷ୍ଟ ସ୍ମୃତି ଚାରକ ଗଣଙ୍କ ମଧ୍ୟରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ,ମାନ୍ୟବର ଅଧକ୍ଷ ମୋ କଲେଜ , କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳ ଓ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉକ୍ତ ସଭା ରେ ଯୋଗ ଦେଇଥିଲେ।