ଫେସବୁକରୁ ନିମନ୍ତ୍ରଣ
ପାଇ ଗାଁରେ ପହଞ୍ଚି ଲୋକଙ୍କ
ସମସ୍ୟା ଶୁଣିଲେ ଯାଜପୁର ସାଂସଦ

0

ଯାଜପୁର(ସଂକେତ ଖବର) ରାଜ୍ୟ ସରକାର 5ଟି କୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ସାଂସଦ ଙ୍କ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଫେସବୁକ ରୁ ନିମନ୍ତ୍ରଣ ପାଇ ଯାଜପୁର ସାଂସଦ ସିଧା ପହଞ୍ଚିଥିଲେ ହିତାଧିକାରୀଙ୍କ ପାଖରେ। ଘଟଣା ଟି ଏହିପରି। ସୂଚନା ମୁତାବକ ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମରେ ଦୀର୍ଘଦିନ ହେଲା ଲାଗିରହିଥିବା ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଗ୍ରାମର ଗଣପତି ସାହୁ ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ସେ ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ, ବିଡିଓଙ୍କ ଠାରୁ ଆରମ୍ଭ କରି ଗତ ପାଂଚବର୍ଷ ହେଲା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ପତ୍ରଲେଖି ନିରାଶ ହୋଇଥିଲେ।

ଗାଁରେ ଜଳ ନିଷ୍କାସନର ସୁବିଧା ନଥିବାରୁ ବର୍ଷାଦିନେ ଗ୍ରାମବାସୀ ପାଣି କାଦୁଅରେ କଲବଲ ହେଉଛନ୍ତି।ଗଣପତି ସାହୁ ଗତକାଲି ଯାଜପୁର ସାଂସଦ ଶ୍ରୀମତୀ ସେଠୀଙ୍କୁ ଗାଁର ସମସ୍ୟା ସଂପର୍କରେ ଫେସବୁକରେ ମେସଜ କରିବା ସହ ତାଙ୍କ ଗାଁକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇବାର ୨୪ ଘଣ୍ଟା ନପୁରୁଣୁ ଅପରାହ୍ନରେ ସାଂସଦ ଶର୍ମିଷ୍ଠା ସେଠୀ ରାଇଛନ୍ଦା ଗାଁରେ ପହଞ୍ଚି ଗାଁର ସ୍ଥିତି ପରଖିବା ସହ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି।

ଗ୍ରାମର କିଛି ମହିଳା ବାର୍ଧକ୍ୟ/ବିଧବା ଭତା ସମେତ ସରକାରୀ ଆବାସ ପାଇ ନଥିବାର ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ। ସାଂସଦ ସମସ୍ତ ଅଭିଯୋଗ କୁ ଗ୍ରହଣ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାଂସଦଙ୍କ ଅଚାନକ ଗାଁ ପରିଦର୍ଶନକୁ ନେଇ ଅଂଚଳରେ ବେଶ ଚର୍ଚ୍ଚା ହୋଇଛି |

Leave a Reply

Your email address will not be published. Required fields are marked *

You cannot copy content of this page