ଦାନଗଦୀ ବ୍ଲକ ଝାଡେଶ୍ୱର ମହାବିଦ୍ୟାଳୟ ରେ ବ୍ଲକସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ

0

ଯାଜପୁର:(ସଂକେତ ଖବର ବ୍ୟୁରୋ)
ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟ ପଡିଆରେ ଶୁକ୍ରବାର ବ୍ଲକସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ୍ରମକୁ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଉଦ୍ଘାଟନ କରିଥିଲେ । ଯୁବ ସମାଜ ହେଉଛି ବିକଶିତ ଓଡିଶାର କର୍ଣଧାର । ଏଣୁ ଯୁବକମାନେ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଦରକାର ବୋଲି ଶ୍ରୀ ଘଡାଇ ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନଙ୍କ ଭିତରେ ବ୍ଲକ୍ ବିଡିଓ ବିଶ୍ୱଜିତ ଦାସ, ଅଧ୍ୟଧା ଲୋପାମୁଦ୍ରା ନାୟକ, ଉପାଧ୍ୟକ୍ଷ ସୁଧାଂଶୁ ଶେଖର ଭଂଜ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କୁମାର ଧୀର, ଭାଗ୍ୟଲକ୍ଷ୍ମୀ ରାଉତ, ସାସଂଦ ପ୍ରତିନିଧି ପ୍ରଶାନ୍ତ କୁମାର ରାଉତ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ସାହୁ, ଯୁଗୋଳ କିଶୋର ହୋତା ପ୍ରମୁଖ ଯୋଗଦାନ କରି ବିଜୁ ଯୁବବାହିନୀ ହେଉଛି ରାଜ୍ୟ ସରକାରଙ୍କର ଏକ ଆଦର୍ଶ ଯୋଜନା ଯାହାଦ୍ୱାରା ସମାଜର ଉନ୍ନତି ହୋଇପାରିବ ବୋଲି ମତପୋଷଣ କରିଥିଲେ । ଅତିଥିମାନେ ବ୍ଲକର ୫ଜଣ ପ୍ରତିଭାବାନ ଯୁବକ/ଯୁବତିଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଯୁବକ/ ଯୁବତିଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଉପସ୍ଥିତ ବିଜୁ ଯୁବବାହିନୀର ସଭ୍ୟ, କର୍ମକର୍ତ୍ତା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ପଂଚାୟତର ଯୁବନେତା ଓ ଯୁବବାହିନୀର କର୍ମକର୍ତା, ଜିଲ୍ଲା ଓ ବ୍ଲକ୍ କୋଡିନେଟର ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page