ପ୍ରେମ ଓ ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କରି ଯୁବକ ଗିରପଂ

0

ଭୁବନେଶ୍ୱର (ସଂକେତ ଖବର କ୍ରାଇମ ବ୍ୟୁରୋ)

ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ମହାବୀର ଛକ ନିକଟରେ ଏକ କାରରୁ ଶିକ୍ଷୟିତ୍ରୀ ତନୁଜା ଆଇଚଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ। ଦୁର୍ଘଟଣା ଯୋଗୁ ନୁହେଁ, ବରଂ ତନୁଜାଙ୍କୁ ତାଙ୍କ ସ୍ବାମୀ ସଂଗ୍ରାମ ଆଇଜି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ପ୍ରେମିକାଙ୍କୁ ବିବାହ କରିବା ଲାଗି ସଂଗ୍ରାମ ନିଜ ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇଥିବା ପୋଲିସ କହିଛି। ସଂଗ୍ରାମଙ୍କୁ ପୋଲିସ କଲିକତାରୁ ଗିରଫ କରିବା ସହିତ ତାଙ୍କ ପ୍ରେମିକା ସ୍ନିଗ୍ଧା ଦାଶ(୨୧)ଙ୍କୁ ଅପରାଧରେ ସହଯୋଗ ପାଇଁ ଗିରଫ କରାଯାଇଛି। ଏ ନେଇ ଲିଙ୍ଗରାଜ ଥାନାରେ ଏକ ହତ୍ୟା ମାମଲା(୨୦୦/୧୯) ଦଫା ୪୯୮(ଏ), ୩୦୨ରେ ରୁଜୁ ହୋଇଛି। ସଂଗ୍ରାମଙ୍କ ଘର ଢେଙ୍କାନାଳ ଜିଲା ମୃଦଙ୍ଗ ଗ୍ରାମରେ ହୋଇଥିବା ବେଳେ ତାଙ୍କ ପ୍ରେମିକାଙ୍କ ଘର ଢେଙ୍କାନାଳ ଚନ୍ଦନ ବଜାରରେ। ପୋଲିସ ଉକତ୍‌ କାର(ଓଆର-୦୨-ଏଏମ୍‌-୨୬୦୦) ସହିତ ମାରଣାସ୍ତ୍ର, ରକ୍ତଭିଜା ଚାଦର ଓ ଦୁଇଟି ଫୋନ୍‌କୁ ଜବତ କରିଛି।

                                        ବିବାହର କିଛିଦିନ ପର୍ଯ୍ୟନ୍ତ ସଂଗ୍ରାମ ଏବଂ ତନୁଜାଙ୍କ ସମ୍ପର୍କ ଭଲ ଥିଲା। ସଂଗ୍ରାମ ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ଘର ଭଡ଼ା ନେଇ ଲେଡିଜ ହଷ୍ଟେଲ ଖୋଲିଥିଲେ। ହଷ୍ଟେଲରେ ରହୁଥିବା ଜଣେ ଯୁବତୀଙ୍କୁ ସେ ବଳାକତ୍ାର କରିଥିଲେ। ୨୦୧୭ ଜୁନ ୫ରେ ଯୁବତୀଙ୍କ ଅଭିଯୋଗ ଆଧାରରେ ମହିଳା ଥାନାରେ ଏକ ମାମଲା(୪୨/୧୭) ରୁଜୁ ହୋଇଥିଲା। ସେବେଠାରୁ ସଂଗ୍ରାମ ପୋଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲେ। ଏହାସହ ତାଙ୍କ ନାମରେ ବଡଗଡ ଥାନାରେ ଅନ୍ୟ ଏକ ବଳାତ୍କାର ମାମଲା(୧୮୧/୧୮) ରହିଛି। ତନୁଜା ଏସବୁ ଜାଣିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତନୁଜା ଧଉଳି ଆନନ୍ଦ ବିହାରରେ ଏକ ଘର ଭଡା ନେଇ ନିଜ ୬ବର୍ଷର ପୁଅ ସହ ଅଲଗା ରହିବା ସହ ସାମନ୍ତରାପୁରରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି କରୁଥିଲେ। ଏହା ପରେ ସଂଗ୍ରାମ ସ୍ନିଗ୍ଧାଙ୍କୁ ଭଲ ପାଇଥିଲେ। ସ୍ନିଗ୍ଧା ଭୁବନେଶ୍ୱର ମହାବୀର ଅଞ୍ଚଳରେ ଏକ ହଷ୍ଟେଲରେ ରହି ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ସେପଟେ ସଂଗ୍ରାମ ତନୁଜାଙ୍କୁ ରାସ୍ତାରୁ ହଟାଇ ସ୍ନିଗ୍ଧାଙ୍କୁ ବିବାହ କରି ପୁଅ ସହିତ ରହିବାକୁ ଯୋଜନା କରିଥିଲେ।

ଘଟଣା କ’ଣ ?

ସଂଗ୍ରାମଙ୍କୁ ତନୁଜା ନିଜ ଘରେ ପୂରାଇ ଦେଉ ନ ଥିଲେ। କିନ୍ତୁ ଗତ ୩୦ ତାରିଖ ରାତିରେ ସଂଗ୍ରାମ ତନୁଜାଙ୍କ ନିକଟକୁ ଯାଇଥିଲେ। ସେଠାରେ ତନୁଜାଙ୍କ ସହ ତାଙ୍କର ବଚସା ହୋଇଥିଲା। ସଂଗ୍ରାମ ଉତ୍‌କ୍ଷିପ୍ତ ହୋଇ ତନୁଜାଙ୍କୁ ତଳେ ପକାଇ ତାଙ୍କ ମୁଣ୍ଡକୁ ଚଟାଣରେ ପିଟି ଦେଇଥିଲେ। ପରେ ତାଙ୍କ ପାଟି ଓ ନାକକୁ ଚାପି ଧରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସଂଗ୍ରାମ ତାଙ୍କ ପ୍ରେମିକା ସ୍ନିଗ୍ଧାଙ୍କୁ ଫୋନ କରି ଡକାଇଥିଲେ। ସେମାନେ ଜନୁଜାଙ୍କୁ କାର୍‌ରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ଧରାପଡିଯିବା ଭୟରେ ବାହାରୁ ବାହାରୁ ଫେରି କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ବାହାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରାତି ପ୍ରାୟ ୧ଟା ୩୦ରେ ଭୁବନେଶ୍ୱର ଫେରିଥିଲେ। ସଂଗ୍ରାମ ସ୍ନିଗ୍ଧାଙ୍କୁ ତାଙ୍କ ହଷ୍ଟେଲରେ ଛାଡିଥିଲେ। କାର୍‌ ଆଗ ସିଟ୍‌ରେ ସ୍ତ୍ରୀଙ୍କ ମୃତଦେହ ଥିବାବେଳେ ପୁଅକୁ ପଛ ସିଟ୍‌ରେ ବସାଇ ସଂଗ୍ରାମ ମହାବୀର ଛକ ଗଳିରୁ ବାହାରିବା ସମୟରେ ବାମପଟୁ ଏକ ବାଲି ବୋଝେଇ ହାଇଓ୍ବା କାର୍‌କୁ ଧକ୍କା ଦେଇ ପଳାଇଥିଲା। ଏହାପରେ ସଂଗ୍ରାମ ଗାଡିକୁ କିଛିବାଟ ଆଗକୁ ନେଇ ରଖିଥିଲେ। ସେଠାରୁ ଏକ ସୁଟ୍‌କେସ୍‌ ସହିତ ପୁଅକୁ ଧରି ପୁଣି ପ୍ରେମିକା ସ୍ନିଗ୍ଧାଙ୍କ ହଷ୍ଟେଲକୁ ଯାଇଥିଲେ। ପରେ ସେଠାରୁ ସେ ଫେରାର ହୋଇଯାଇଥିବା ପୋଲିସ କିମିଶନର ସତ୍ୟଜିତ୍‌ ମହାନ୍ତି  କହିଛନ୍ତି।

 କେମିତି ଧରାପଡ଼ିଲେ?

ପୋଲିସ ପ୍ରଥମେ ସଂଗ୍ରାମଙ୍କ ଫୋନ୍‌ ନମ୍ବରକୁ ଯାଞ୍ଚ କରିବା ସହ ମୃତ ତନୁଜାଙ୍କ ଘରକୁ ଯାଇ ଖୋଳତାଡ଼ କରିଥିଲେ। ଘରୁ ଏକାଧିକ କାଚ ଚୂଡି ଭଙ୍ଗା ଅବସ୍ଥାରେ ମିଳିଥିଲା। ଏହାସହ ସଂଗ୍ରାମ ଦୁର୍ଘଟଣା ପୂର୍ବରୁ ଏକ ନମ୍ବରକୁ ବାରମ୍ବାର ଫୋନ୍‌ କରିଥିଲେ। ପୋଲିସ ଉକ୍ତ ନମ୍ବର ଜରିଆରେ ସ୍ନିଗ୍ଧାଙ୍କ ପାଖରେ ପହଞ୍ଚତ୍ଥିଲା। ତାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରାଯିବା ପରେ ସେ ସବୁ ସତକଥା ମାନିଯାଇଥିଲେ। ସିଗ୍ଧାଙ୍କ ସୂଚନା ଅନୁସାରେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ଏବଂ ଲିଙ୍ଗରାଜ ପୋଲିସ କଲିକତାରେ ଚଢାଉ କରି ସଂଗ୍ରାମଙ୍କୁ ଗିରଫ କରିବା ସହ ୬ବର୍ଷର ପୁଅକୁ ଉଦ୍ଧାର କରିଥିଲା।

 

 

Leave a Reply

Your email address will not be published. Required fields are marked *

You cannot copy content of this page