ଧର୍ମଶାଳା ରେ ଶିକ୍ଷୟତ୍ରୀ ଙ୍କୁ ନିର୍ମମ ହତ୍ୟା,ସ୍ୱାମୀ ଓ ଝିଅ ଗୁରୁତର

0

ଧର୍ମଶାଳା ବ୍ଲକ ମିର୍ଜାପୁର ଗାଁରେ ଶିକ୍ଷୟିତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଵାମୀ ଓ ଝିଅକୁ ମଧ୍ୟ ହାଣି ଦେଇଛନ୍ତି ଦୁର୍ବୃତ୍ତ।ସେମାନଙ୍କୁ ମୁର୍ମୁଷ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଧର୍ମଶାଳା ସିଏଚସିରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ସ୍ଥାନାନ୍ତର। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୃତା ଶିକ୍ଷୟିତ୍ରୀଙ୍କ ନାମ ତରୁଲତା ବିଶ୍ବାଳ ବୋଲି ଜଣାପଡିଛି। ତରୁଲତା ମିର୍ଜାପୁର ଅନନ୍ତ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ବୋଲି ଜଣାପଡିଛି।ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ସ୍ୱାମୀଙ୍କର ହୋସ ଆସିଛି। ପୋଲିସ ତାଙ୍କ ବୟାନ ରେକର୍ଡ କରିବା ପରେ ହତ୍ୟାକାଣ୍ଡ ର କାରଣ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

You cannot copy content of this page