ଧର୍ମଶାଳା ରେ ନିର୍ମାଣ ଶ୍ରମିକଙ୍କୁ ମିଳିନି କୋରୋନା ସହାୟତା।

0
ଧର୍ମଶାଳା(ସଙ୍କେତ ଖବର)

ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ମାନେ ସେମାନଙ୍କର କରୋନା ସହାୟତା ବାବଦ ପ୍ରାପ୍ୟ ପାଇ ପାରୁ ନାହାନ୍ତି । ଏଥିପାଇଁ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଜେନାପୁରରେ ଶତାଧିକ ନିର୍ମାଣ ଶ୍ରମିକ ଏକଜୁଟ ହୋଇ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କୁ ଡକାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରେ ସତୀଶ କହିଛନ୍ତି ଯେ, କୌଣସି ନିର୍ଦ୍ଧିଷ୍ଟ ନେତୃତ୍ୱ କିମ୍ବା ଜନପ୍ରତିନିଧି ତଥା ପ୍ରଶାସକଙ୍କ ମନୋମୁଖୀ ଦାୟୀତ୍ୱହୀନ ଦୁର୍ନିତିଖୋର ଆଚରଣ ପାଇଁ ସମୁଦାୟ ସରକାର କିମ୍ବା ବ୍ୟବସ୍ଥାକୁ ଦାୟୀ କରାଯାଇ ନପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ତଥା ୫ ଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ଖୁବଶିଘ୍ର ସରକାର ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯତ୍ନବାନ ହେବେ । ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସତୀଶ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସହ ସେମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏ କ୍ଷେତ୍ରରେ ଆଉ ଅଧିକ ବିଳମ୍ବ କରାଗଲେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ କରୋନାର ସାମାଜିକ ଦୂରତା ଅବଲମ୍ବନ କରାଯାଇ ଦୃଢ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥିରେ କେତେକ ଗରୀବ ଅସହାୟ, ବୃଦ୍ଧ, ବିଧବା, ବିକଳାଙ୍ଗମାନେ ଭତ୍ତା, ଆବାସ ଯୋଜନା ସହ ବିଭିନ୍ନ ପ୍ରକାର ସରକାରୀ ଯୋଜନାରୁ ବଂଚିତ ହେବା ନେଇ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page