ବରୀ:କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼ କର।

0

ବରୀ(ସଙ୍କେତ ଖବର)

କୋରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼ କରିବାକୁ ଦାବି ହୋଇଛି।ଆଜି ବରୀ ଅଞ୍ଚଳର ସାମାଜିକ ସଂଗଠନ ସମୂହ ପକ୍ଷରୁ ଏହି ଦାବି କରାଯାଇଛି। ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଯୋଗୁ ପରିବାରର ରୋଜଗାର କରୁଥିବା ଲୋକମାନେ ମାର୍ଚ୍ଚ ମାସ ଠାରୁ ରୋଜଗାର ହରାଇ ଘରେ ବସିଛନ୍ତି ଓ ଆୟ ଶୂନ୍ୟ ହୋଇ ପ୍ରାୟ ଶତକଡା 98 ପ୍ରତିଶତ ଜନସାଧାରଣ ସରକାରୀ ଅନୁଦାନରେ ବଞ୍ଚିଥିବା ବେଳେ ବିଦ୍ୟୁତ ଦେୟ ଆଦାୟ କରିବା ଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅମାନବୀୟ ବୋଲି ଜନସାଧାରଣ ଓ ବିଦ୍ୟୁତ ଉପଭକ୍ତା ମାନେ ବରୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତି ବିଶ୍ୱାଳଙ୍କୁ ଦାବି କରିଛନ୍ତି । ଏଭଳି କରୋନା ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଦେୟ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିବାକୁ ଦୃଢ ଦାବୀ କରିଛନ୍ତି ।

ଯଦି ଦାବୀ ଗ୍ରହଣ କରା ନଯାଏ, ତେବେ ଆଗାମୀ ଦଶ ଦିନ ମଧ୍ୟରେ ବରୀର ଜନସାଧାରଣ ବରୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ସମ୍ପୂର୍ଣ ଭାବରେ ବନ୍ଦ କରିବାକୁ ସ୍ଥିର କରିଛନ୍ତି । ଉକ୍ତ ଦାବିପତ୍ରକୁ କୁଳମଣି ଶୁକ୍ଳ, କାଁହୁ ଚରଣ ବେହେରା, ସମାଜସେବୀ ସତ୍ୟରଞ୍ଜନ କର, ଭୂପତି ମଳିକ, ପ୍ରଶାନ୍ତ ବେଉରା ସ୍ମିତାରାଣୀ ସାମଲ, ପ୍ରଶାନ୍ତ ପରିହାଡ଼ି,ଅଜୟ ରଥ, ତିଳତ୍ତମା ସେଠି, ବନ୍ଦିତା ଦାସ, କାଞ୍ଚନ ଯତି ଓ ତାରାକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ପାଖକୁ ପଠାଇଥିଲେ l

Leave a Reply

Your email address will not be published. Required fields are marked *

You cannot copy content of this page