କୋବିଡ଼ ନିୟମ ମାନ; ଘଡେଇ

0

ଦାନଗଦି(ସଂକେତ ଖବର)

ଦାନଗଦି ବ୍ଲକର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଭିଡିଓ କନଫରେନ୍ସିଂରେ ଚର୍ଚ୍ଚା କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ।ବିଶ୍ୱ ମହାମାରୀର ସଫଳ ମୁକାବିଲା ଲାଗି ନିଜ ଅଞ୍ଚଳକୁ ନିୟମିତ ବିଶୋଧିତ କରିବା ସହ ସରକାରୀ କଟକଣା ମାନିବା ଲାଗି ଘଡ଼ାଇ କହିଛନ୍ତି।ଦାନଗଦି ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ସାନିଟାଇଜ୍ କରାଯାଉ।ଅନ୍ୟପଟେ କରୋନା ଯୋଗୁ ଓଡ଼ିଶାର ଶିଳ୍ପ ରାଜଧାନୀ କଳିଙ୍ଗ ନଗରର ଶ୍ରମିକ ସମସ୍ୟାକୁ କିପରି ଦୂର କରିହେବ ସେ ସମ୍ବନ୍ଧରେ ପୂର୍ବତନ ଅର୍ଥମନ୍ତ୍ରୀ ଘଡ଼ାଇ,ମଜଦୁର ୟୁନିଅନ୍ ପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରିଛନ୍ତି।ତେବେ ମୁକାବିଲାରେ ଓଡ଼ିଶା ସରକାରଙ୍କ ସମସ୍ତ ଉଦ୍ୟମକୁ ପ୍ରଶଂଶା କରିଛନ୍ତି। ରବିବାର ଭିଡିଓ କନଫରେନ୍ସିଂରେ ଦାନଗଦି ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ବିଜେଡି ସମର୍ଥିତ ସରପଞ୍ଜ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।
ସାମାଜିକ ଦୂରତାକୁ ସମ୍ମାନ ଦେଇ ଟେକ୍ନଲୋଜିର ସହାୟତାରେ ଦଳୀୟ କାର୍ଯ୍ୟକ୍ରମ ଆଗେଇ ନେବାକୁ ପଡିବ। ତେଣୁ ଦଳର କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂରେ ଜାରି ରଖିବାକୁ,ଦାନଗଦି ବିଜେଡି ବ୍ଲକ,ପଞ୍ଚାୟତ,ଯୁବ ଓ ମହିଳା ନେତୃତ୍ୱକୁ ଘଡ଼ାଇ ଆହ୍ୱାନ ଦେଇଛନ୍ତି।ଏତଦ ବ୍ୟତୀତ ଦାନଗଦିର ସମସ୍ତ ପଞ୍ଚାୟତରେ କିପରି ବିକାଶ ମୂଳକ କାର୍ଯ୍ୟ ଆଗେଇ ଚାଲିବ ସେଥିପ୍ରତି ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହ ଚର୍ଚ୍ଚା ହୋଇଛି।ସୁକିନ୍ଦା ବ୍ଲକର ଦଳୀୟ କର୍ମକର୍ତ୍ତାଙ୍କ ସହ ପ୍ରଫୁଲ୍ଲ ଘଡ଼ାଇ ଭିଡିଓ କନଫରେନ୍ସିଂ ଜରିଆରେ ଚର୍ଚ୍ଚା କରିବେ।

Leave a Reply

Your email address will not be published. Required fields are marked *

You cannot copy content of this page