ଓଡିଆ ଝିଅ ମଧୁସ୍ମିତାଙ୍କ କମାଲ୍,ବିଦେଶରୁ ଫେରାଇ_ଆଣିବେ ଓଡିଆଙ୍କୁ

ଦିନେ ଯେଉଁ ସମାଜରେ ପୁଅ ଝିଅ ମଧ୍ୟରେ ତାରତମ୍ୟ ଦେଖିବାକୁ ମିଳୁଥିଲା, ଝିଅର ଆଗମନରେ ପରିବାରରେ ଅଜଣା ଦୁଃଖ ଛାଇ ଯାଉଥିଲା ଆଜି ସେହି ଝିଅକୁ ନେଇ ଆମେ ଗର୍ବ କରିବା ଆରମ୍ଭ କରିଛନ୍ତି। ଝିଅଟିଏ ପୁଅପରି ସଫଳତାର ସବୁ ସୋପାନରେ ପହଞ୍ଚିପାରେ ଏକଥା ପୁଣିଥରେ ପ୍ରମାଣିତ କରିଛନ୍ତି ଓଡିଆ ଝିଅ ମଧୁସ୍ମିତା।
ଦୁବାଇରେ ଅବସ୍ଥାପିତ ଭୁବନେଶ୍ବରର ଝିଅ କ୍ୟାପଟେନ ମଧୁସ୍ମିତା ପଟ୍ଟନାୟକ ରବିବାର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରୁ ୨୧୬ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ସକାଳ ୮.୦୦ରେ ଉଡାଣ କରିବାର କାର୍ଯ୍ୟକ୍ରମ ଅଛି। ଏଠାରେ ସ୍ମରଣଯୋଗ୍ୟ କରୋନା ମହାମାରୀ ଯୋଗୁ ଅନେକ ଓଡିଆ ଶ୍ରମିକ UAE ରେ ଅଟକି ରହିଥିଲେ।
ଦୁବାଇ ଓଡିଆ ସମାଜର ସମ୍ପାଦକ ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ପ୍ରଚେଷ୍ଠାରେ ଏହା ସମ୍ଭବ ହେବାକୁ ଯାଉଛି। ଦୀର୍ଘଦିନ ଧରି କଷ୍ଟରେ ଜୀବନ ଅତିବାହିତ କରୁଥିବା ଏହି ଓଡିଆ ଶ୍ରମିକମାନଙ୍କୁ ବନ୍ଦେ ଭାରତ ମିଶନ ଯୋଜନାରେ ଭାରତ ସରକାର ଫେରାଇ ଆଣିବାରେ ସହାୟତା କରିଛନ୍ତି।
ଏଭଳି ଏକ ସୁଯୋଗ ମିଳିଛି ଓଡିଆ ଝିଅ ମଧୁସ୍ମିତାଙ୍କୁ ଯିଏ ଏହାର ପ୍ରତିକ୍ରିୟାରେ କହିଛନ୍ତି ଏହା ମୋ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ମୁହୂର୍ତ୍ତ । ମୋ ରାଜ୍ୟର ଭାଇ ଭଉଣୀ ମାନଙ୍କୁ ଆକାଶରେ ଉଡାଇ ନେବାର ସୁଯୋଗ ପ୍ରକୃତରେ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି।
ଏୟାର ଆରବର ସ୍ବତନ୍ତ୍ର ଫ୍ଲାଇଟ ଏହି ପ୍ରବାସୀମାନଙ୍କୁ ନେଇ ରବିବାର ୧.୩୦ ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବ ବୋଲି ଜଣାପଡିଛି। ଜଣେ ଓଡିଆ ଝିଅର ଏଭଳି ବିରତ୍ବର କାହାଣୀ ସାରା ରାଜ୍ୟବାସୀଙ୍କୁ ଖୁସିରେ ଆତ୍ମହରା କରିକରିଛି।