ଆଜିଠୁ ଓଡ଼ିଶା-ଗୋଆ ରଣଜୀ ମୁକାବିଲା

0

କଟକ : ଅହମ୍ମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ (ବି) ରେ ଓଡ଼ିଶା ଓ ଗୋଆ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ଡି’ ମ୍ୟାଚ ଗୁରୁବାରଠୁ ଆରମ୍ଭ ହେବ। ଏଥିପାଇଁ ଉଭୟ ଦଳ ଏହି ପଡ଼ିଆରେ ବୁଧବାର ଶେଷ ଅଭ୍ୟାସ କରିଛନ୍ତି। ଅପରାହ୍ନରେ ଓଡ଼ିଶା ଦଳ ପ୍ରଶିକ୍ଷକ ଵାସିମ ଜାଫରଙ୍କ ନୀରିକ୍ଷଣରେ ଅଭ୍ୟାସ କରିଥିଲା। ପରେ ପଡ଼ିଆରେ ମିଳିତ ବୈଠକ କରାଯାଇଥିଲା। ତେବେ ଯେଉଁ ପିଚ୍‌ରେ ମ୍ୟାଚ୍‌ ହେବାକୁ ଯାଉଛି ତାହାକୁ ନେଇ ଓଡ଼ିଶା ଶିବିରରେ ଉତ୍ସାହ ଅଧିକ ରହିଛି। କାରଣ ଏହି ପଡ଼ିଆରେ କଳା ଓ ନାଲି ମାଟିର ଭିନ୍ନ ଭିନ୍ନ ପିଚ୍‌ ପ୍ରସ୍ତୁତ ହୋଇଥିଲା ବେଳେ ଗୁରୁବାର ମ୍ୟାଚ୍‌ ପାଇଁ କଳାମାଟି ବ୍ୟବହାର ହୋଇଥିବା ପିଚ୍‌କୁ କ୍ୟୁରେଟର ଶେଷ ସ୍ପର୍ଶ ଦେଇଛନ୍ତି। ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ଭଳି ହୋଇଛି। ତେବେ ପିଚ୍‌ରେ ସାମାନ୍ୟ ଘାସ ଥିବାରୁ ପ୍ରଥମ ଦିନ ପ୍ରାରମ୍ଭରୁ ଦ୍ରୁତ ବୋଲରଙ୍କ ପାଇଁ ଲାଭଦାୟକ ହେବ। ଏହାକୁ ଦେଖିଲେ ପ୍ରଥମ ଥର ଦଳରେ ସୁଯୋଗ ପାଇଥିବା ଖେଳାଳିଙ୍କ ମଧ୍ୟରୁ ହ˚କ˚ ଅଧିନାୟକ ଅ˚ଶୁମାନ ରଥ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରନ୍ତି। ତଥାପି ନବାଗତଙ୍କୁ ନେଇ କୌଣସି ପରୀକ୍ଷା କରିବାକୁ ପ୍ରଶିକ୍ଷକ ଓ ଅଧିନାୟକ ଚାହିଁବେ ନାହିଁ।

ଅନ୍ୟପକ୍ଷରେ ରଣଜୀ ଟ୍ରଫିର ଏଲିଟ୍‌ ଗ୍ରୁପ୍‌ ବି’ରେ ଗୁରୁବାର ବେଙ୍ଗଲ ଓ ବରୋଦା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। ଏହି ଗ୍ରୁପର ଅନ୍ୟ ଏକ ମ୍ୟାଚ୍‌ ଭୁବନେଶ୍ବର ବିକାଶ ପଡ଼ିଆରେ ହାଇଦ୍ରାବାଦ ଓ ଚଣ୍ତିଗଡ଼ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ବିନା ଦର୍ଶକରେ ଜୈବ ବଳୟ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଗତ ୫ଟି ଋତୁରେ ଓଡ଼ିଶା ଉତ୍‌ଥାନ ଓ ପତନ ସମୟ ଦେଇ ଗତି କରିଛି। ୨୦୧୫-୧୬ରେ ଦଳ ଅଷ୍ଟମ ସ୍ଥାନରେ ରହିଥିଲା ବେଳେ ୨୦୧୬-୧୭ରେ ଗ୍ରୁପ୍‌ ବି’ରୁ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ହେଲେ ୨୦୧୭-୧୮ରେ ଦଳ ବିଜୟଶୂନ୍ୟ ରହିବାରୁ ନିଜ ଗ୍ରୁପ୍‌ରେ ତଳଆଡୁ ଦ୍ବିତୀୟ ସ୍ଥାନରେ ରହିଥିଲା। ୨୦୧୮-୧୯ରେ ଏଲିଟ୍‌ ଗ୍ରୁପ୍‌ ସି’ରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିଲା। ତେବେ ଗତ ଋତୁରେ ଅର୍ଥାତ୍‌ ୨୦୧୯-୨୦ରେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ର ଦ୍ବିତୀୟ ସ୍ଥାନରେ ରହିବା ସହ ନକ୍‌ଆଉଟ ଖେଳିପାରିଥିଲା। ଏହିପରି ଭାବେ ଗୋଆ ୨୦୧୫-୧୬ ଓ ୨୦୧୬-୧୭ ଋତୁରେ ଏଲିଟ୍‌ ଗ୍ରୁପ୍‌ରେ ଷଷ୍ଠ ସ୍ଥାନରେ ରହିଥିଲା। କିନ୍ତୁ ଏହାପରଠୁ ଦଳକୁ ଆଉ ଉପରେ ରହିବାକୁ ସୁଯୋଗ ମିଳିପାରିନଥିଲା। ୨୦୧୭-୧୮ରେ କୌଣସି ମ୍ୟାଚ୍‌ ନଜିତି ଟେବୁଲର ନିମ୍ନରେ ରହିଥିଲା ବେଳେ ୨୦୧୮-୧୯ରେ ଆହୁରି ଦୟନୀୟ ପ୍ରଦର୍ଶନ କରି ଏଲିଟ୍‌ ଗ୍ରୁପ୍‌ ସି’ରେ ୯ ମ୍ୟାଚରୁ ୭ ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିଲା। ଯେଉଁଥିପାଇଁ ଦଳ ପ୍ଲେଟ୍‌ ଗ୍ରୁପ୍‌କୁ ଖସିଆସିଥିଲା। ତେବେ ୨୦୧୯-୨୦ ଋତୁରେ ଦଳ ପ୍ଲେଟ୍‌ ଗ୍ରୁପ୍‌ରେ ୯ ମ୍ୟାଚ୍‌ରୁ ୭ ମ୍ୟାଚରେ ବିଜୟୀ ହୋଇଥିଲା।

ଗତ ୨୦୧୯-୨୦ ଋତୁରେ ଏହି ଦୁଇ ଦଳ କ୍ବାର୍ଟର ଫାଇନାଲ୍‌ ଖେଳିଥିଲେ। ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ରେ ୭ ମ୍ୟାଚ୍‌ରୁ ୫ ବିଜୟ ଓ ୧ ପରାଜୟ ସହ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଛତିଶଗଡ଼, ସର୍ଭିସେସ୍‌, ଉତ୍ତରାଖଣ୍ତ, ହରିଆଣା ଓ ଆସାମକୁ ହରାଇଥିଲା। ଜାମ୍ମୁ କାଶ୍ମୀରଠୁ ପରାଜିତ ହୋଇଥିଲା ବେଳେ ତ୍ରିପୁରା ସହିତ ମ୍ୟାଚ୍‌ ଅମୀମା˚ସିତ ରଖିଥିଲା। କ୍ବାର୍ଟର ଫାଇନାଲ୍‌ରେ ବେଙ୍ଗଲ ସହିତ ମ୍ୟାଚ୍‌ ଅମୀମା˚ସିତ ରହିଥିଲେ ବି ପାଳି ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ସେହିପରି ଗୋଆ ପ୍ଲେଟ୍‌ ଗ୍ରୁପ୍‌ରେ ସିକିମ, ମେଘାଳୟ, ମଣିପୁର, ପୁୁଡୁଚେରୀ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ତ, ମିଜୋରାମକୁ ହରାଇଥିଲା ବେଳେ ଚଣ୍ତିଗଡ଼ ଓ ବିହାର ସହିତ ମ୍ୟାଚ୍‌ ଅମୀମା˚ସିତ ରଖିଥିଲା। କ୍ବାର୍ଟର ଫାଇନାଲ୍‌ରେ ଗୁଜୁରାଟଠୁ ୪୬୪ ରନ୍‌ରେ ଗୋଆ ପରାଜିତ ହୋଇଥିଲା।

ଦୁଇ ବର୍ଷ ପରେ ପୁଣି ଥରେ ରଣଜୀ ଟ୍ରଫି ଫେରିଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। ତେବେ ଏଥିପୂର୍ବରୁ କଟକରେ ଝାଡ଼ଖଣ୍ତ ଓ ବରୋଦା ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳି ଓଡ଼ିଶା ଖେଳାଳିମାନେ ଧିରେଧିରେ ଲୟକୁ ଫେରିଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି। ତେଣୁ ରଣଜୀ ଟ୍ରଫିକୁ ନେଇ ଅଧିନାୟକ ଶୁଭ୍ରା˚ଶୁ ସେନାପତି ମଧ୍ୟ ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷରେ ପ୍ରଶିକ୍ଷକ ଵାସିମ ଜାଫରଙ୍କ ପାଇଁ ଏହି ରଣଜୀ ଋତୁ ଆହ୍ବାନ ଭରା ରହିବ। ବ୍ୟକ୍ତିଗତ ଭାବେ ଅନେକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ ବି ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ବ୍ୟାଟି˚ କ୍ରମର ଗଭୀରତା ପରୀକ୍ଷା ହେବ। ସେହିପରି ଅଭିଜ୍ଞ ବୋଲର ବସନ୍ତ ମହାନ୍ତି ୪୦୦ ଵିକେଟ୍‌ ନିକଟତର ଥିବାରୁ ତାଙ୍କ ଉପରେ ମଧ୍ୟ ବିଶେଷ ନଜର ରହିବ।

ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ଅ˚ଶୁମାନ ରଥ, ଜୟନ୍ତ ବେହେରା, ରାଜେଶ ଧୂପର, ସୁଜିତ ଲେଙ୍କା, ବସନ୍ତ ମହାନ୍ତି, ଶୁଭମ ନାୟକ, ପପୁ ରାଏ, ସନ୍ଦୀପ ପଟ୍ଟନାୟକ, ରାକେଶ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଦେବବ୍ରତ ପ୍ରଧାନ, ଆଶିଷ ରାଏ, ରାଜେଶ ମହାନ୍ତି, ପ୍ରଶାନ୍ତ ରଣା, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ତାରିଣୀ ସ’।

ଗୋଆ ଦଳ: ସ୍ନେହାଲ କୌଥାଙ୍କର (ଅଧିନାୟକ), ଫେଲିକ୍ସ ଆଲେମାଓ, ଅମିତ ଯାଦବ, ସୁମିରନ ଅମୋନକର, ଅମୋଘ ସୁନୀଲ ଦେଶାଇ, ସମର ଦୁଭାଷୀ, ହର୍ଷଦ ହନୁମନ୍ତ ଗଡେ଼କର, ଲକ୍ଷ ଗର୍ଗ, ପ୍ରଥମେଶ ଗଵାସ, ବିଶାମ୍ବର କଲୋନ, ଆଦିତ୍ୟ କୌଶିକ, ଏକନାଥ କେର୍କର, ଦର୍ଶନ ମିଶାଲ, ଅମୂଲ୍ୟ ପାଣ୍ତେରକର, ହେରମ୍ବ ପରବ, ସୂୟା˚ଶ ପ୍ରଭୂଦେଶାଇ, ଭିଜେଶ ପ୍ରଭୂଦେଶାଇ, ଶୁଭମ୍‌ ର˚ଜାନେ, ମଲ୍ଲିକସବ ସିରୁର, ଶ୍ରୀକାନ୍ତ ଵାଗ।

Leave a Reply

Your email address will not be published. Required fields are marked *

You cannot copy content of this page