ଓଡିଶା ଅଭିଭାବକ ମହାସଂଘର ସ୍କୁଲ ଫି ଛାଡ଼ ଦାବୀରେ ଆସନ୍ତା ୮ରିଖ ରୁ ଆମରଣ ଅନଶନ

ଭୁବନେଶ୍ୱର (ସଙ୍କେତ ଖବର): କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲ ରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ରେ ଏମ.ଓ.ୟୁ ହୋଇ ସ୍କୁଲ ଫି ରେ କେତୋଟି ସ୍ଲାବ ରେ ରିହାତି ର ବିଭାଗୀୟ ନିର୍ଦେଶ ଓ ପରବର୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗର ପରବର୍ତୀ ନିର୍ଦ୍ଦେଶ ନାମା ରେ ପୂର୍ବରୁ ଏମ.ଓ.ୟୁ ରେ ସାମିଲ ନଥିବା ସ୍କୁଲ ମାନେ ରିଆଡ଼ମିସନ, ସେସନ, ପରୀକ୍ଷା, ଡେଭଲପମେଣ୍ଟ, ଇଷ୍ଟାର୍ବଲିଶିମେଣ୍ଟ ଆଦି ଅନ୍ୟାନ୍ୟ ସମସ୍ତ ଫି କୁ ଛାଡି କେବଳ ପିଲାଙ୍କ ପାଠ ପଢ଼ା ରେ ବ୍ୟବହାର ହେଉଥିବା ସୁବିଧାର ଉପଯୁକ୍ତ ଫୀ ଅର୍ଥାତ ଟିଉସନ ଫି ରୁ ୧୫ % ଛାଡ଼ କରି ୨୦୧୯-୨୦ ବର୍ଷର ଫି କୁ ଅଭିଭାବକ ମାନଙ୍କୁ କିଛି ମାସ ସମୟରେ ଅବଧି ଦେଇ ଆଦାୟ କରିବାକୁ ଉଲ୍ଲେଖ କରି ଗତ ଜୁନ ୩ ତାରିଖ ରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଲେ । ପହଂଚିବାର ମାସେ ପରେ ମଧ୍ୟ ସଠିକ ଭାବେ କାର୍ଯ୍ୟକାରି ହେଲା ନାହିଁ । ଏପରିକି ନିର୍ଦେଶ ନାମକ୍ଷରେ ଫୀ ଆଦାୟ କୁ ନେଇ କୌଣସିସ୍କୁଲ ପିଲାଙ୍କୁ ଅନଲାଇନ ପାଠ ପଢ଼ା, ପରୀକ୍ଷା, ପ୍ରୋଗେସ କାର୍ଡ, କ୍ଲାସ ପ୍ରମୋସନ ଆଦିରୁ ବଞ୍ଚିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ଅନେକ ସ୍କୁଲ ଆଦୌ ମାନୁନାହାନ୍ତି ।
ପୂର୍ବରୁ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆଦେଶ ର ସଠିକ ଅନୁପାଳନ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ ପରେ ଏଡିଏମ ଙ୍କ ମଧ୍ୟସ୍ଥତା ରେ ନିଷ୍ପତ୍ତି ଅନୁଯାଇ ଭୁବନେଶ୍ୱର ର କେତେକ ସ୍କୁଲ ନିର୍ଦେଶ ର ସଠିକ ପାଳନ ପୂର୍ବକ ଦସ୍ତାବିଜ ବିଇଓ ଙ୍କ ନିକଟରେ ଦାଖଲ କରିଥିଲେ । ହେଲେ ସେଗୁଡିକ ଭୁଲ ତଥ୍ୟ ଉପରେ ଆଧାରିତ ଥିଲା । ତେଣୁ ଜିଲ୍ଲାପାଳ ସମସ୍ତ ନିର୍ଦ୍ଦେଶ ର ସଠିକ କାର୍ଯ୍ୟକାରୀ ଓ ଜିଲ୍ଲାର ତତ୍ୱାବଧାରକ ଭାବରେ ନିର୍ଦ୍ଦେଶ ର ସଠିକ ଅନୁପାଳନ ପାଇଁ ଦାୟୀ । ତେଣୁ ଯେହେତୁ ନିର୍ଦ୍ଦେଶ ଆସିବାର ମାସେ ବିତି ଗଲାଣି ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ହୋଇନାହିଁ ।
ତେବେ ଆସନ୍ତା ଆଠ ତାରିଖ ଦିନ ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ ବା ଭୁବନେଶ୍ୱର ଏଡିଏମ ଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ଅଭିଭାବକ ମହାସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ରେ ବସିବ ବୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହିତ ଏକ ପ୍ରେସ ବିଜ୍ଞପ୍ତି ରେ ଘୋଷଣା କରିଛି କ୍ଷ ମହାସଂଘ ର ଭୁବନେଶ୍ୱର ଆବାହକ ପ୍ରଦୁମ୍ନ ମିଶ୍ରଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ ଅଭିଭାବକ ନେତା ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।