ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

0

ଭୁବନେଶ୍ୱର( ସଂକେତ ଖବର)

ଓଲିଉଡର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭଵ କରିବା ପରେ ଡାକ୍ତର ଖାନାରେ ଭର୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ। କିଛି ଦିନ ତଳେ ତାଙ୍କର ହୋଇଥିବା ଏକ ଅପରେସନ ସଫଳ ହୋଇଥିଲା। ଏଥିରେ ସେ ସୁସ୍ଥ ହୋଇଥିଲେ। ମେ’ ୨୫ ତାରିଖ ଦିନ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍‌ଘାତ ସମସ୍ୟା ଦେଖା ଦେଇଥିବା ସୂଚନା ମିଳିଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

You cannot copy content of this page