କିନ୍ନର ବିଧାୟିକା ପ୍ରାର୍ଥୀ ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ ।

0

କେରଳ:କେରଳର ଜଣେ ଟ୍ରାନ୍ସମ୍ୟାନ୍ ମହିଳା କାର୍ଯ୍ୟକର୍ତ୍ତା, ଯିଏକି ତାଙ୍କ ସମ୍ପ୍ରଦାୟରୁ ପ୍ରଥମ ଥର ପାଇଁ ଏଥର କେରଳ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଥିଲେ, 20 ଜୁଲାଇ ମଙ୍ଗଳବାର ଦିନ କୋଚିର ଏକ ଆପାର୍ଟମେଣ୍ଟରେ ତାଙ୍କର ମୃତଦେହ ମିଳିଥିଲା। ଆତ୍ମହତ୍ୟା କରି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପୋଲିସ କହିଛି।

ବୁଧବାର କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

28 ବର୍ଷୀୟା ହେଉଛନ୍ତି କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ରେଡିଓ ଜକି ଯିଏ କି କେରଳର କୋଲାମ ଜିଲ୍ଲାର ପେରୁମାନରୁ ଆସିଛନ୍ତି | ସେ ଜଣେ ପେସାଦାର ମେକଅପ୍ ଆର୍ଟିଷ୍ଟ ଏବଂ ଏକ ନ୍ୟୁଜ୍ ଏବଂ ଷ୍ଟେଜ୍ ସୋ ଆଙ୍କର୍ |

ଅନ୍ନ୍ୟାଙ୍କ ବନ୍ଧୁମାନେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଦନ୍ତ ଚାଲିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି।

Leave a Reply

Your email address will not be published. Required fields are marked *

You cannot copy content of this page