ଏଣିକି ୧୦ ମିନିଟରେ ମିଳିବ PAN CARD !

0

ଏଣିକି Pan Card ଟିଏ ପାଇଁ ଆଉ ଆଗପରି ଅପେକ୍ଷା କରିବାକୁ ପଡିବ ନାହିଁ ବରଂ ମାତ୍ର ୧୦ ମିନିଟ୍ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଗତ ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ସରକାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିଥିବା ଘୋଷଣା ଅନୁଯାୟୀ ଯେଉଁ ମାନଙ୍କର Aadhar based KYC ଥିବ ସେମାନେ ତୁରନ୍ତ ପାନ କାର୍ଡ ହାସଲ କରିପାରିବେ।

ବିନା ଶୁଳ୍କରେ ଏହି e-pan ଗ୍ରାହକ ମାନଙ୍କୁ ଆୟକର ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ଯଦିଓ ଏହି e-pan ସୁବିଧା ଆଜିଠାରୁ ବିଧିବଦ୍ଧ ଆରମ୍ଭ ହୋଇଛି ହେଲେ ଗତ ଫେବୃୟାରୀ ମାସରୁ Beta Version ମାଧ୍ୟମରେ ଆୟକର ବିଭାଗ ଓ୍ବେବସାଇଟରେ ଉପଲବ୍ଧ ହୋଇଆସୁଛି। ଏହି ନୂଆ ବ୍ୟବସ୍ଥାରେ ଜଣେ ଆଵେଦନକାରୀ ଆୟକର ବିଭାଗର e-filing page କୁ ଯାଇ ଆଧାର ନମ୍ବର ଦେବାସହ ପଞ୍ଜିକୃତ ଫୋନ ନମ୍ବରକୁ ଆସୁଥିବା ଗୋଟିଏ OTP ଦେଲେ e-pan ମିଳିପାରିବ।

ଏଠାରେ ସ୍ମରଣଯୋଗ୍ୟ ସାରା ଦେଶରେ ଗତ ୨୫/୦୫ ସୁଦ୍ଧା ଅନ୍ୟୁନ ୫୦ କୋଟି ଲୋକଙ୍କୁ ପାନ୍ କାର୍ଡ ଇସୁ ହୋଇ ସାରିଛି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page