ରାଉରକେଲା ପଥରମାଡ଼ ଘଟଣା ରେ ୩୧ ଗିରଫ
![](https://www.sanketkhabar.com/wp-content/uploads/2020/06/IMG_20200602_205432-1024x520.jpg)
ରାଉରକେଲା(ସଙ୍କେତ ଖବର)
ରାଉରକେଲା ପୋଲିସ ର ବଡ଼ ପଦକ୍ଷେପ। ପଥର ମାଡ଼ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ଗତ ୨୬ ତାରିଖରେ ହୋଇଥିବା ପଥରମାଡ଼ ଓ ଉତ୍ତେଜନା ଘଟଣାରେ ରାଉରକେଲା ପୋଲିସ ଆଜି 31 ଜଣଙ୍କୁ ଗିରଫ କରିଛି । ଏହି ଘଟଣା ରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ଥିବାରୁ ଗିରଫଦାରୀ ସଂଖ୍ୟା ବଢିବ ଆଶଙ୍କା ରହିଛି। ଘଟଣା ର ଅଧିକ ତଦନ୍ତ ଜାରୀ ଥିବା ପୋଲିସ ଆଇଜି କବିତା ଜଲାନ ସୂଚନା ଦେଇଛନ୍ତି।