ଶବ ବ୍ୟବଚ୍ଛେଦକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ‌ରେ ଉତ୍ତେଜନା

0

ଯାଜପୁର (ସଂକେତ ଖବର): ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ ବିଳମ୍ବ କୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ ସିଡିଏମଓ ଅଫିସ ଘେରାଉ କରିବା ସହିତ ତୁରନ୍ତ ଶବ ବ୍ୟବଚ୍ଛେଦ ପାଇଁ ଦାବି କରିଥିଲେ। ସୂଚନା ମୁତାବକ ଆଜି ସକାଳେ ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ପ‌େଟ୍ରୋଲ ପମ୍ପ ନିକଟ ମନ୍ଦିରରୁ ପୂଜା କରି ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ସାଦକପୁର ଗ୍ରାମର ଅଲେଖ ଦାସ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦିନ ସାଢ଼େ ୧୨ଟାରୁ ମୃତ୍ୟୁ ହୋଇଥିଲେ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ତେବେ ଶବ ବ୍ୟବଚ୍ଛେଦ ବିଳମ୍ବ ହେବାରୁ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ମେଡିକାଲ ପ୍ରଶାସନର ତ୍ରୁଟି ବୋଲି କହିବା ସହ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଥିଲେ। ଖବର ପାଇ ପୋଲିସ ପହଁଚି ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକେ ଶାନ୍ତ ପଡ଼ିଥିଲେ। ସେପଟେ ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଯାଜପୁର ଏଡିଏମଓ କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page