ପିଇଓଙ୍କ କଲମ ଛାଡ ଆନ୍ଦୋଳନ,ବିଡିଓଙ୍କ ହସ୍ତକ୍ଷେପ ପରେ ନରମିଲା ପିଇଓ ସଂଘ

0

ଦଶରଥପୁର(ସଙ୍କେତ ଖବର): ପୂର୍ବ ଯାଜପୁର ଅନ୍ତର୍ଗତ ପାଲଟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶେନ୍‌ ମାରାଣ୍ଡିଙ୍କୁ ଜଣେ ମହିଳା ଅସଦାଚରଣ କରିବା ଘଟଣାର ସଠିକ୍ ତଦନ୍ତ ହେଉନଥିବା ଅଭିଯୋଗାରେ ବ୍ଲକ ପିଇଓ ସଂଘ ପକ୍ଷରୁ ଚଳିତ ମାସ ୧ ତାରିଖଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କଲମଛାଡ ଆନ୍ଦୋଳନ ଡାକରା ଦିଆଯାଇଥିଲା ।ଏନେଇ ପିଇଓସଂଘ ପକ୍ଷରୁ ଗତ ମାସ ୩୧ ତାରିଖରେ ଏକ ଲିଖିତ ସ୍ମାରକ ପତ୍ର ମାଧ୍ୟମରେ ବିଡିଓ ନାରାୟଣଚନ୍ଦ୍ର ନାୟକଙ୍କୁ ଅବଗତ କରାଯାଇଥିଲା । ଗତକାଲି ପିଇଓସଂଘ ପକ୍ଷରୁ ବ୍ଲକର ସମସ୍ତ ପିଇଓ ଏକତ୍ର ହୋଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିବା ସହିତ ଅସଦାଚରଣ କରିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଯାହାକୁ ନେଇ ବ୍ଲକ ପରିସରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିଲା । ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ମିଳିତ ଭାବେ ଧାରଣାରତ ପିଇଓଙ୍କ ନିକଟରେ ପହଁଚି ମାମଲାକୁ ନେଇ ଆଲୋଚନା କରିଥିଲେ । ପରେ ବ୍ଳକ କଂଗ୍ରେସ ସଭାପତି ଶ୍ୟାମ ସୁନ୍ଦରକର ଓ ପ୍ରାକ୍ତନ ସଭାପତି ଦେବେନ୍ଦ୍ର ପଣ୍ଡାଏହି ଆଲୋଚନାରେ ଯୋଗଦେଇ ପିଇଓ ମାନଙ୍କୁ ମାମଲାକୁ ଆଗକୁ ନବଢ଼ାଇବାକୁ ଅନୁରୋଧ କରିବା ସହିତ ଘଟଣାରେ ଅଭିଯୁକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଡକାଇ ଘଟଣାର ସମାଧାନ କରିବାକୁ ପ୍ରସ୍ତାବ ରଖିଥିଲେଏବଂଏହି ସମାଧାନ ପ୍ରକ୍ରିୟା ପାଲଟପୁର ପଞ୍ଚାୟତ କାର୍ଯ୍ୟାଳୟରେ କରାଯିବ ବୋଲି ସ୍ଥିର ହେବା ପରେ ପିଇଓ ସଂଘ ନିଜ ନିଷ୍ପତିରେ କୋହଳ ମନୋଭାବ ଆପଣାଇ ଆଜି ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କଲମଛାଡ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *

You cannot copy content of this page