ଅପ୍ରୋଚ୍ ରୋଡର ସ୍ଥାୟୀ ମରାମତି ପାଇଁ ଦାବି କଲା ବିଜେପି

0

ବରୀ (ସଘ୍କେତ ଖବର): ଯାଜପୁର ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତ ଅନ୍ତର୍ଗତ ଦୁଢେଇ ନଦୀ ଉପରେ ଢିଅସାହି ଗ୍ରାମକୁ ସଂଯୋଗ କରିବାଲାଗି ଏକ ସେତୁ ନିର୍ମାଣ ହୋଇଥିଲା । ଆରମ୍ଭରୁ ଠିକାଦାର ମନମୁଖୀ ଭାବେ ନିର୍ମାଣ କାର୍ଯ୍ୟ କରିବାରୁ ସ୍ଥାନୀୟ ଲୋକ ଏହାର ବିରୋଧ କରିଥିଲେ। ଏହି ପୋଲର ଆପ୍ରୋଜ ରୋଡ ପାଇଁ ପାଖାପାଖି ୯୨ଲକ୍ଷ ଟଙ୍କା ମଞ୍ଜୁର ହୋଇ ଅପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ତାହା ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ବର୍ଷା ପାଣିରେ ପୋଲର ଉଭୟ ପାର୍ଶ୍ଵ ଆପ୍ରୋଜ ରୋଡର ପଥର ପ୍ୟାକିଙ୍ଗ ଧୋଇ ଯାଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ନିମ୍ନମାନର ରାସ୍ତା ନିର୍ମାଣ କରିଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବିଜେପି ନେତା ବିଶ୍ଵରଞ୍ଜନ ମଲ୍ଲିକ ଘଟଣା ସ୍ଥଳକୁ ପରିଦର୍ଶନ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଯଦି ଏହି ଅପ୍ରୋଚ୍ ରୋଡର ସ୍ଥାୟୀ ମରାମତି କାର୍ଯ୍ୟ କରା ନଯାଏ ତାହାଲେ ବରୀ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ନେତା ଶ୍ରୀ ମଲ୍ଲିକ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page