ଯାଜପୁର :କୋରୋନାରେ ପଂଟୋ ସାମ୍ବାଦିକଙ୍କ ମୃତ୍ୟୁ

0

ଯାଜପୁର(ସଂକେତ ଖବର)ଯାଜପୁରରେ କାର୍ଯ୍ୟରତ ପଂଟୋ ସାମ୍ବାଦିକ ଅଶୋକ ସାହୁ (୫୫)ଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅଶୋକ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଦୈନିକ ଖବର କାଗଜ “ମନ୍ଥନ”ରେ ପଂଟୋ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ଅଶୋକ ଗତ କିଛି ମାସ ଧରି ଅସୁସ୍ଥ ହୋଇ କଟକ ଏସସିବି ମେଡିକାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର କିମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିମ୍ସରେ ୨ ସପ୍ତାହ ଧରି ଚିକିତ୍ସିତ ହେବା ପରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୁତ୍ରରୁ ଜଣାପଡିଛି । ଯାଜପୁର ବ୍ଲକ ଖଇରାବାଦ ଗାଁର ଜଗବନ୍ଧ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଅଶୋକ ଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେହିପରି ମନ୍ଥନ ର ସଂପାଦକ ଶରତ ରାଉତ ଅଶୋକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗଦି କାମନା କରିଛନ୍ତି । ଯାଜପୁର ଜିଲାରେ କାର୍ଯ୍ୟରତ ସାମ୍ବାଦିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଅଶୋକଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଛି । ଅଶୋକଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଭୁବନେଶ୍ୱରରେ ପହଂଚି ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁଯାୟୀ ଶବ ସତ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page