ସୁକିନ୍ଦା ରେ ରକ୍ତଦାନ ମାଧ୍ୟମରେ ସବୁଜ ବିପ୍ଳବ ଅଭିଯାନ
![](https://www.sanketkhabar.com/wp-content/uploads/2021/07/IMG_20210711_193907.jpg)
ସୁକିନ୍ଦା(ସଂକେତ ଖବର)‘ଆମେ ରକ୍ତଦାତା ଆମେ ରକ୍ଷକ’ର ସ୍ଲୋଗାନ ଦେଇ କରୋନାର ଦ୍ୱିତୀୟ ଲହରକୁ ପରାସ୍ତ କରିବାର ଉଦ୍ୟମ ସୁକିନ୍ଦାରେ ଅବ୍ୟାହତ ରହିଛି। ରକ୍ତଦାନକୁ ମିଶନ ଭାବେ ଗ୍ରହଣ କରିଥିବା ଯୁବ ବିଜେଡିର କର୍ମକର୍ତ୍ତା ଏବେ ପରିବେଶ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି। ଅପରିଚିତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସି ରକ୍ତଦାନ କରୁଥିବା ସୁକିନ୍ଦାର ନିସ୍ୱାର୍ଥପର ଯୁବଗୋଷ୍ଠୀ, ସବୁଜ ବିପ୍ଳବୀ ହେବାର ପଣ ଖାଇଛନ୍ତି। ରବିବାର ଅନୁଷ୍ଠିତ ରକ୍ତଦାନ ଶିବିରରେ ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତର ଠାରୁ ୭୮ ଜଣ ରକ୍ତଦାତା, ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଚାରା ସଂଗ୍ରହ କରିଛନ୍ତି।
ରକ୍ତଦାନ ପରି ମହତ କାର୍ଯ୍ୟ କରୁଥିବା ଉତ୍ସାହୀ ଯୁବ ସମାଜ,ବୃକ୍ଷରୋପଣକ କରିବା ଦ୍ୱାରା ସୁକିନ୍ଦା ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିବ। ଖଣି-ଖାଦାନ ଏବଂ ଶିଳ୍ପାନୁଷ୍ଠାନ ଭିତରେ ଥିବା ସୁକିନ୍ଦା ଅଞ୍ଚଳର ସୁରକ୍ଷିତ ପରିବେଶ ପାଇଁ ଅନେକ ଗଛର ଆବଶ୍ୟକତା ରହିଛି। ଏ ସମୟରେ ଯୁବକମାନଙ୍କ ରକ୍ତଦାନ ସହ ବୃକ୍ଷରୋପଣ କରିବାର ନିଷ୍ପତ୍ତି, ସୁକିନ୍ଦାରେ ସବୁଜ ବିପ୍ଳବର ପଦଧ୍ୱନି ବୋଲି ବିଧାୟକ ଘଡ଼ାଇ କହିଛନ୍ତି।
କରୋନା ଭୟରେ ବାହାରକୁ ପାଦ କାଢ଼ିବାକୁ ଲୋକେ ଭୟ କରୁଥିବା ବେଳ ରକ୍ତର ଅଭାବକୁ ଦୂର କରିବାକୁ ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ସୁଜିତ ରାଉତ,“ଓଡ଼ିଶା ମୋ ପରିବାର” ଏବଂ ‘ଜୀବନ ବିନ୍ଦୁ”ର ସମନ୍ୱୟରେ ଗତ ତିନି ସପ୍ତାହରେ ୪୦୯ ଜଣ ରକ୍ତଦାନ କରି କ୍ରାନ୍ତି ସୃଷ୍ଟି କରିଛନ୍ତି।
ସୁକିନ୍ଦା ଲିଡସ୍ ବ୍ୟାନରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ବିବେକାନନ୍ଦ ବୋଷ, ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ବିଜେଡିର ସୁକିନ୍ଦା ବ୍ଲକ ଉପସଭାପତି ପବିତ୍ର ମହାନ୍ତ,ପୂର୍ବତନ ସଭାପତି ଦିଲୀପ ମହାନ୍ତ, ବନ୍ଧଗାଁ ପଞ୍ଚାୟତ ସଭାପତି ଲମ୍ବୋଦର ମୁଣ୍ଡା,ବନ୍ଧଗାଁ ସରପଞ୍ଚ ରାଧାଶ୍ୟାମ ମହାନ୍ତ, ବନ୍ଧଗାଁ ଯୁବ ସଭାପତି ଭବାନୀ ଶଙ୍କର ମହାନ୍ତ,ବନ୍ଧଗାଁ ମହିଳା ସଭାପତି କୁହୁନି ମହାନ୍ତ ଏବଂ ବନ୍ଧଗାଁ ଛାତ୍ର ସଭାପତି ଶିବୁପ୍ରାସାଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।