ଗଛରେ ରାକ୍ଷୀ ବାନ୍ଧି ବନ୍ଧୁତା ସ୍ଥାପନ କଲେ ଉଦୀୟମାନ ପରିବାର ।
![](https://www.sanketkhabar.com/wp-content/uploads/2021/08/IMG-20210822-WA0014-1024x462.jpg)
ବଡ଼ଚଣା(ସଂକେତ ଖବର) ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଗହ୍ମାପର୍ବ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନରେ ଗଛ ଓ ଗୋମାତାଙ୍କୁ ଫୁଲ ଚନ୍ଦନ ନୈବେଦ୍ୟ ଦେଇ ଘଣ୍ଟ ଘଣ୍ଟା ସଖ ମହୁରୀ ହୁଳହୁଳି ହରିବୋଲ ଧୁପଦୀପ ମାଧ୍ୟମରେ ପୂଜାଅର୍ଚନା ପୂର୍କକ ବନ୍ଦାପନା କରାଯାଉଥିବା ପରମ୍ପରା ବଡ଼ ନିଆରା ଢଙ୍ଗରେ ପାଳନ କରି ଆସୁଛି । ଚଣ୍ଡିଖୋଲ ମହାବିନାୟକ ଯିବା ୫୩ ନମ୍ବର ଜାତୀୟ ରାଜପଥ ବାରୁଣାବନ୍ତ ପର୍ବତର ପାଦଦେଶରେ ଥିବା ବୃକ୍ଷରାଜି ଗୁଡିକରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦିୟମାନ ର ଭାଇ ଭଉଣୀ ମାନେ ରାକ୍ଷୀ ବାନ୍ଧି ବନ୍ଧୁତା ସ୍ଥାପନ କରିଥାନ୍ତି । ଚାଳିତବର୍ଷ
ଗଛଟିଏ ବନ୍ଧୁ ଟିଏ ଗଛ ଟିଏ ଭାଇ ଟିଏ ଏହି ମର୍ମକୁ ସତରେ ଉପସ୍ଥାପନ ଟରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ଏବଂ ଜଙ୍ଗଲ ସୁରକ୍ଷା କରି ସୁସ୍ଥ ସୁନ୍ଦର କମନୀୟ ପରିବେଶ ଗଢିତୋଳିବା ଏହି ଅନୁଷ୍ଠାନର ପ୍ରୟାସ କରିଛି।
![](https://www.sanketkhabar.com/wp-content/uploads/2021/08/image_editor_output_image-1031158332-1629717911011.jpg)
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କାହ୍ନୁଚରଣ ସାହୁ ,ଡକ୍ଟର ଦିଲ୍ଲୀପ କୁମାର ନାୟକ, ସାଗରିକା ପଟ୍ଟନାୟକ, ପୁସ୍ପଲତା ମହାନ୍ତି, ପ୍ରାପ୍ତି ନାୟକ, ଆଇନଜୀବୀ ହେମନ୍ତ ମାହାଲା ,ଅନନ୍ତ ପ୍ରସାଦ ମାହାଲା କାର୍ତ୍ତିକ ବେହେରା, ପ୍ରକାଶ କୁମାର ନାୟକ, ଚନ୍ଦନ କୁମାର ପଣ୍ଡା ପ୍ରମୋଦ କୁମାର ଜେନା, ଆୟୁଷ ପଟ୍ଟନାୟକ, ନରେନ୍ଦ୍ର ସାମିଲ ଦେବାଶିଷ ସାହୁ, ଚିନ୍ମୟ ରାଉଳ, ସୈମ୍ୟ ରଞ୍ଜନ ଦାସ ,ଅଧ୍ୟାପକ ନିଶିକାନ୍ତ ଦାସ, ଜ୍ଞାନ ରଞ୍ଜନ ଦାସ ,ସତ୍ୟ ଭୁଷଣ ବାରିକ୍, ହିମାଂଶୁ ଭୁଷଣ ଵେହେରା ପ୍ରମୁଖ ଗଛରେ ରାଖୀ ବାନ୍ଧିବା ସହ ଧାନମଣ୍ଡଳ ହନୁମାନ ବାଟିକାରେ ଚାରାଗଛ ରୋପଣ କରିଥିଲେ। ୍