ଯାଜପୁର ରଗବି ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ବୃକ୍ଷରୋପଣ।

ଦଶରଥପୁର(ସଙ୍କେତ ଖବର)ଯାଜପୁର ଜିଲ୍ଳା ରଗବି ଫୁଟବଲ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଦଶରଥପୁର ଶ୍ୟାମ ସୁନ୍ଦର ମଠ ଠାରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ନାରାୟଣ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଭରତ ସାହୁ, ଶ୍ୟାମସୁନ୍ଦର ଜିଉ ମଠର ଟ୍ରଷ୍ଟି ସଭାପତି ବାବାଜୀ ବାରିକ, ଆସୋସିଏସନର ଉପସଭାପତି ପ୍ରମୋଦ ସାହୁ,

କୋଷାଧ୍ୟକ୍ଷ ପ୍ରସନ୍ନ କାୟସ୍ତ୍, ସହ ସମ୍ପାଦକ ଅଜୟ ପ୍ରଧାନ , ବରିଷ୍ଟ କ୍ରୀଡାବିତ୍ ମନୋଜ ମଲ୍ଲିକ, ବିଗ୍ନେଶ୍ୱର ମଲ୍ଲିକ, ବାସୁଦେବ ତରାଇ , ବାପି ରଣା, ରାଜୁ ବାରିକ, ଙ୍କ ସମେତ ବହୁ କ୍ରୀଡାବିତ୍ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ସମାଜରେ ବୃକ୍ଷରୋପଣ ଓ ସୁସ୍ଥ ପରିବେଶ ଉପରେ କ୍ରୀଡାବିତଙ୍କ ଭୂମିକା ଉପରେ ମଧ୍ୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।