ଲକ୍ଷେ ଚାରା ଲଗାଇବ ଅଶୋକ ଦାସ ଫାଉଣ୍ଡେସନ।

0

ଯାଜପୁର (ସଙ୍କେତ ଖବର):ଆସନ୍ତାକାଲି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ । ଏହି ଅବସରରେ ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ୧ ଲକ୍ଷ ଚାରା ରୋପଣ କରାଯିବା ପାଇଁ ନିଷ୍ପତି ହୋଇଛି । ଯାଜପୁର ବ୍ଲକ ଓ ଯାଜପୁର ପୈାରାଞ୍ଚଳରେ ଏହି ଚାରା ରୋପଣ କରାଯିବ । ଏଥିପାଇଁ ଫାଉଣ୍ଡେସନ୍ ପକ୍ଷରୁ ଘରେ ଘରେ ଚାରା ବଂଟନ କରାଯାଇଛି । ଚନ୍ଦନ, ଶାଳ, ଗମ୍ଭାରୀ, ଶିଶୁ ଆଦି ବିଭିନ୍ନ ଚାରା ବଂଟନ କରାଯାଇଛି । ସବୁଜ ଏବଂ ସ୍ୱଛ ଯାଜପୁର ଗଠନ ପାଇଁ ଫାଉଣ୍ଡେସନ୍ ପକ୍ଷରୁ ଏପରି ଉଦ୍ୟମ ଆରମ୍ଭ ହୋଇଛି ବୋଲି ସୂଚନା ଦିଆଯାଇଛି । ଯାଜପୁର ସର୍କିଟ ହାଉସ୍ ପରିସରରେ ସାମ୍ବାଦିକ ମାନଙ୍କୁ ମଧ୍ୟ ଚାରା ବଂଟନ କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page