ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ
![](https://www.sanketkhabar.com/wp-content/uploads/2022/06/IMG_20220606_133501-1-1024x476.jpg)
ଯାଜପୁର(ସଂକେତ ଖବର) ଯାଜପୁର ଜିଲ୍ଲା ସ୍ଥିତ ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡା. ରଶ୍ମିରଞ୍ଜନ ପଶାୟତ,ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ସାହୁ, ବର୍ଷା ଭିଜନ କେବୁଲ ନେଟୱର୍କର ଏମ୍.ଡି ଶ୍ରୀଯୁକ୍ତ ଦୁଃଶାସନ ସାହୁ,ବିଶିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ନିମାଇ ଚରଣ କର, ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟର ଆୟୁଷ ମେଡ଼ିକାଲ୍ ଅଫିସର ଡା. ବୈଜନ୍ତ ବିଶ୍ୱାଳ ଓ ଗୋପାଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୋଦାବରୀ ଶାନ୍ତି , ସମିତିସଭ୍ୟା ଶ୍ରୀମତୀ ପୁଷ୍ପଲତା ସାମଲଙ୍କ ଉପସ୍ଥିତିରେ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବ ପ୍ରସାଦ ସାମଲ, ସ୍ୱେଚ୍ଛାସେବୀ ସୁଦୀପ ସାମଲ,ସହସମ୍ପାଦକ ଅଜିତ ନାୟକ,ବୈଷ୍ଣବ ବାରିକ,ଅଜୟ ମଲ୍ଲିକ, ଶୁଭାଶିଷ ମହାପାତ୍ର,ନିବାରଣ ସାହୁ,ପ୍ରିୟବ୍ରତ ପରିଡା,ପ୍ରକାଶ ଚନ୍ଦ୍ର ବଳ,ଡା. ଭାଗ୍ୟଧର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
![](https://www.sanketkhabar.com/wp-content/uploads/2022/06/IMG_20220606_133521-1024x521.jpg)
ସର୍ବ ପ୍ରଥମେ ବିଶ୍ବ ପରିବେଶ ଦିବସ ସମ୍ପର୍କରେ ମେଡିକାଲ ପରିସରରେ ମହାବାହୁ ଗ୍ରୁପ ଓଡ଼ିଶା ଟ୍ରଷ୍ଟ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ ଅତ୍ୟନ୍ତ ଜରୁରୀ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହାପରେ ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟ ପରିସରରେ ବିଭିନ୍ନ ପ୍ରକାର ଫଳ ,ପୁଷ୍ପ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଶ୍ରୀ ଶିଵ ସାମଲ ଙ୍କ ସୂଚନା ଅନୁଯାୟୀ ଆମେ ପୃଥିବୀର ସେବା କରୁଛୁ ଆମେ ଏମିତି କରି ଚାଲିବୁ,ଚଳିତ ବର୍ଷ ୧୦୦୦ ହଜାର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ ସଂଗଠନ ତରଫରୁ ମତ ପ୍ରକାଶ କରିଛନ୍ତି, ବିଶ୍ୱ ପରିବେଶ ଦିବସ ଆଜି ଖାଲି ଗୋଟିଏ ଦିନ ନୁହେଁ ଏହା ଆମ ମାନଙ୍କ ପାଇଁ ବର୍ଷକ ୧୨ ମାସ,ତେଣୁକରି ଆମେ ସବୁବେଳେ ବୃକ୍ଷ ରୋପଣ କରିବୁ ବୋଲି ଅନୁଷ୍ଠାନ ପକ୍ଷରୁ ଶପଥ କରାଯାଇଛି ।