ସହରରେ ପ୍ରଦୂଷଣ ରୋକିବାକୁ ହେଲେ ବୃକ୍ଷରୋପଣ ହେଉଛି ଏକମାତ୍ର ମାଧ୍ୟମ: ଅପରାଜିତା ଷଡଙ୍ଗୀ
![](https://www.sanketkhabar.com/wp-content/uploads/2021/07/IMG-20210705-WA0004-1024x768.jpg)
ଭୁବନେଶ୍ୱର (ସଙ୍କେତ ଖବର): ସହରରେ ଦ୍ରୁତଗତିରେ ପ୍ରଦୂଷଣ ବଢୁଛି । ଲୋକେ ମୁକ୍ତ ପବନ ଖୋଜୁଛନ୍ତି । ଏଥିପାଇଁ କଲୋନୀ ନିକଟରେ ପାର୍କ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି । ପାର୍କକୁ କଲୋନୀର ଫୁସଫୁସ କହିଲେ ଅତ୍ୟୁକ୍ତି ହେବନି । ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ର ଭୁବନେଶ୍ୱର ସ୍ଥିତ କୈଳାସ ବିହାରରେ ରବିବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଯୋଗଦେଇ ଏହା କହିଛନ୍ତି । ସାମାଜିକ ଅନୁଷ୍ଠାନ ସମର୍ଥ ଓ କୈଳାସ ବିହାର ଆଞ୍ଚଳିକ ଆବାସିକ କଲ୍ୟାଣ ସଂଘର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସର ଓ ଦୁଇଟି ପାର୍କରେ ବୃକ୍ଷରୋପଣ କରାଯାଇଥିଲା ।
ଆଞ୍ଚଳିକ ଆବାସିକ କଲ୍ୟାଣ ସଂଘର ସଭାପତି ଚକ୍ରଧର ମିଶ୍ର,ସମର୍ଥର ସଭାପତି କାହ୍ନୁଚରଣ ଦାସ, ଉପସଭାପତି ଅଶୋକ ପଟ୍ଟନାୟକ, ସାଧାରଣ ସମ୍ପାଦକ କୁଳମଣି ରାଉତ, ସମାଜସେବୀ ମୌସୁମୀ ମହାପାତ୍ର, ସାଧାରଣ ମଣିଷ ସରୋଜ ବିଶ୍ୱାଳ, ଯୁବନେତା ଦେବାଶିଷ ନାୟକ, ଅସୀମ କାନ୍ତ କର ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।