ମାଆକୁ ସୁନ୍ଦର ମଥାର ସିନ୍ଦୁର
ପାଦରେ ଅଳତା ଥାଇ
ଗାଁକୁ ସୁନ୍ଦର ଗାଁ ପୁଷ୍କରିଣୀ
ଫୁଟିଥିଲେ ନୀଳ କଇଁ l
ଘରକୁ ସୁନ୍ଦର ହସ ଥିଲେ ଭରି
ମିଳିମିଶି ଯିବା ଚଳି
ଜୀବନ ସୁନ୍ଦର କଲେ ପାପ ଦୂର
ସବୁଙ୍କୁ ନିଜର କରି
ଦେଶକୁ ସୁନ୍ଦର ସ୍ଵଛ ସରକାର
ଜନତା ସେବାରେ ମନ
ବୋହୂକୁ ସୁନ୍ଦର ଶାଶୁ ଘର ତାର
ସେବା କରେ ଯେ ସେ ଧନ୍ୟ l
ମେଘକୁ ସୁନ୍ଦର କଳା ବାଦଲଟା
ଆକାଶେ ଆଇଲେ ଉଇଁ
ପାହାଡ଼ ସୁନ୍ଦର ଝରଣା ବୋହିଲେ
ପାଦ ଦେଶ ଦିଏ ଧୋଇ l
ସାଗର ସୁନ୍ଦର ଲହଡି ଆସିଲେ
କୁଳରେ ମଥା ପୀଟଇ
ମନ୍ଦିର ସୁନ୍ଦର ଦେବତା ତ ଥିଲେ
ଭକତ ଗହଳି ଥାଇ l
କ୍ଷେତକୁ ସୁନ୍ଦର ଶସ୍ୟ ଶ୍ୟାମଳା
ପାଖରେ ଥିଲେ ତ ନଈ
ମନକୁ ସୁନ୍ଦର ସତ୍ୟ ଭାବନା
ହୃଦୟକୁ ଦେଲେ ଛୁଇଁ l
ଜଙ୍ଗଲ ସୁନ୍ଦର ବୃକ୍ଷରାଜି ଥିଲେ
ପରିବେଶ ସୁଦ୍ଧ ଜାଣ
ଆକାଶ ସୁନ୍ଦର ଜହ୍ନ ମାମୁଁ ଥିଲେ
ରାତିରେ ତାରକାଗଣ l
ବଂଶକୁ ସୁନ୍ଦର ସନ୍ତାନ ତ ଥିଲେ
ସୃଷ୍ଟି ରକ୍ଷା ହୋଇଥାଇ
ବାଣିଜ୍ୟ ସୁନ୍ଦର ବିଶ୍ୱାସ ରହିଲେ
ଲାଭ ତ ବେଶି ଆଣଇ
ନିଜ ଜୀବନକୁ କର ହେ ସୁନ୍ଦର
ସୁଗୁଣକୁ ସାଥ କରି
ଦୁର୍ଲଭ ଜୀବନ ଲଭିଛୁ ତୁ ଯାଆ
ସଂସାରୁ ହୋଇବୁ ପାରି।

ସରୋଜ ସାହୁ

ଧର୍ମଶାଳା ଥାନା ଅଧିକାରୀ

Leave a Reply

Your email address will not be published. Required fields are marked *

You cannot copy content of this page