ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠୋତ୍ସବ

0

ଭୁବନେଶ୍ୱର(ସଂକେତ ଖବର)ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ପାଞ୍ଚଟି ଜିଲ୍ଲାର ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରେ ଗତକାଲି ଅପରାହ୍ନ ଚାରିଟାବେଳେ କୋଡିଏ ଜଣ କବି ଦେଶାତ୍ମବୋଧକ କବିତା ପାଠୋତ୍ସବ କରିଥିଲେ। ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ “ଆଜାଦି କା ଅମୃତ ଉତ୍ସବ” ପାଳନ ହେଉଛି। ଏହି ଅବସରରେ ବାଲେଶ୍ବରର ସଦଭାବନା ସଭାଗୃହରେ ଆୟୋଜିତ ଉତ୍ସବରେ ଉଦଘାଟକ ଭାବରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ ସୁରେଶ ଚନ୍ଦ୍ର ଦଳେଇ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।


କୋଡିଏ ଜଣ ନିମନ୍ତ୍ରିତ କବି ଓ ବାଲେଶ୍ବର ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ଅନେକ ଚମତ୍କାର କବିତା ଶୁଣିବାରେ ଗୋଟିଏ ସୁନ୍ଦର ସନ୍ଧ୍ୟା ବିତିଥିଲା।ଉତ୍ସବ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସାରା ରାଜ୍ୟରେ ଆଗାମୀ ଦିନରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯିବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଅତିଥି ଡ. ସୁରେଶ ଚନ୍ଦ୍ର ଦଳେଇ ଓ ରଞ୍ଜନ କୁମାର ଦାସ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।


କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିବା ସବୁ ସହଯୋଗୀ ବଂଧୁ, କବି ଓ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page