ପୋଲିସ-ମାଓବାଦୀ ଗୁଳି ବିନିମୟ: ବିପୁଳ ପରିମାଣର ସାମଗ୍ରୀ ଜବତ

0

କନ୍ଧମାଳ (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ସୋମବାର ରାତ୍ର କାଳୀନ କମ୍ବିଙ୍ଗ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା। ହେଲେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଖସି ପଳାଇଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଜବତ ମାଓ ସାମଗ୍ରୀ ମଧ୍ୟରେ ବନ୍ଧୁକ, ଗୁଳି ଗୋଳା ସମେତ ମାଓ ପୋଷାକ, ବ୍ୟାଟେରୀ ,ମାଓ ପୁସ୍ତିକା, ମେଡିସିନ, ଡିଟୋନେଟର,ତାର, ଛତା, ଆସବାବ ପତ୍ର ଆଦି ରହିଥିବା ଏସପି ବିନିତ ଅଗ୍ରୱାଲ ପ୍ରକାଶ କରିଛନ୍ତି । କନ୍ଧମାଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାରେ ପ୍ରତ୍ୟହ କିମ୍ବିଙ୍ଗ ଅପରେସନ ଜାରି ରହିବା ଫଳରେ ମାଓ କାର୍ଯ୍ୟକଳାପ ସଂପୂର୍ଣ୍ଣ ହ୍ରାସ ପାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page