ଅଟଳ ହତ୍ୟା ମାମଲା,ପୋଲିସ ର ତଦନ୍ତ ରେ ଅସନ୍ତୁଷ୍ଟ ଗ୍ରାମବାସୀ ଥାନା ଘେରିଲେ।

ଦଶରଥପୁର(ସଂକେତ ଖବର) ମଙ୍ଗଳପୁର ଥାନା ଇସ୍ମାଇଲ୍ପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର ଓରଫ୍ ଅଟଳଙ୍କ ହତ୍ୟା ଘଟଣା ପ୍ରତିବାଦ କରି ଗ୍ରାମବାସୀ ପକ୍ଷରୁ ଥାନା ଘେରାଉ କରାଯାଇଛି। ଅଟଳ କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଏକାଧିକ ଲୋକଙ୍କ ଭୂମିକା ରହିଛି ବୋଲି ମଙ୍ଗଳପୁର ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ କେବଳ ଅଟଳଙ୍କ ପତ୍ନୀଙ୍କ ବୟାନ କୁ ଆଧାର କରି ତଦନ୍ତ କରି ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତଦନ୍ତ ସମୟରେ ପୋଲିସ ଅଟଳ ଙ୍କ ପୁଅ ବୟାନ କୁ ରେକର୍ଡ କରି ତଦନ୍ତ କରିବା ଆବଶ୍ୟକ। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ବିଳମ୍ବ ହେବା ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି।

ଏହାର ପ୍ରତିବାଦ ରେ ମଙ୍ଗଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ମଙ୍ଗଳପୁର ଥାନା ସମ୍ମୁଖରେ ଆଜି ଅପରାହ୍ନ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଏକ ସପ୍ତାହ ମଧ୍ୟରେ ପ୍ରକୃତ ଘଟଣା ର ପର୍ଦାଫାସ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗ୍ରାମବାସୀ ଙ୍କ ପକ୍ଷରୁ ସରପଞ୍ଚ ଶିଶିର ଧଳ, ସୁଦିପ୍ତ କୁଅଁର, ଗୋବିନ୍ଦ କୁଅଁରଙ୍କ ନେତୃତ୍ୱରେ ରଞ୍ଜନ କୁମାର କୁଅଁର, ପୂର୍ଣ୍ଣ ଚନ୍ଦ୍ର ଦାସ, ଅଜୟ ସାହୁ, ସୁଶାନ୍ତ ଦାସ, ସୁଶାନ୍ତ କୁମାର ବିଶ୍ୱାଳ, ବିରେନ୍ଦ୍ର କୁମାର ସାହାଣୀ, ମାନସ ମହାନ୍ତି, ପ୍ରମୁଖଙ୍କ ସମେତ ମଙ୍ଗଳପୁର ଥାନା ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଅପରପକ୍ଷେ ପୁଲିସ୍ ସବୁଦିଗ ପ୍ରତି ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।