ପଣସୁଧା ଗାଁ ଗୋଷ୍ଠୀ ସଂଘର୍ଷ ଏବଂ ପୋଲିସ ଭ୍ୟାନ ପୋଡି ଘଟଣାରେ ମିଟୁ ସାର ଗିରଫ

0

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭରତପୁର ପଂଚାୟତର ପଣସୁଧା ଗ୍ରାମରେ ପୋଲିସ ଭ୍ୟାନ ପୋଡି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଭରତପୁର ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ତଥା ନିଲମ୍ବିତ ଶିକ୍ଷକ ବସନ୍ତ ରାଜ ସାମଲ ବୋଲି ଜଣାପଡିଛି ।ଗତ ମାର୍ଚ୍ଚ ୬ ତାରିଖ ରେ ଭରତପୁର ପଂଚାୟତ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ବାଲିଚନ୍ଦ୍ରପୁର ପୋଲିସର ଦୁଇଟି ଭ୍ୟାନକୁ ଉତ୍ୟକ୍ତ ଲୋକେ ପୋଡି ଦେଇଥିଲେ।ଯାହାକୁ ନେଇ ସ୍ଥାନୀୟ ଅଂଚଳ ଅଶାନ୍ତ ହୋଇ ପଡିଥିଲା । ସମ୍ପୃକ୍ତ ଘଟଣା ରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ମୋଟ ୨୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭରତପୁର ପଂଚାୟତ ସରପଞ୍ଚଙ୍କ ସ୍ୱାମୀ ବସନ୍ତ ରାଜ ସାମଲ (ମିଟୁ) ଘଟଣା ପରଠାରୁ ଫେରାର ଥିବାରୁ ପୋଲିସ ତାକୁ ଗିରଫ କରିପାରି ନଥିଲା । ବସନ୍ତ ରାଜ ସାମଲ ପେଶାରେ ଜଣେ ଶିକ୍ଷକ ହୋଇଥିବାରୁ ଏହି ଘଟଣା ପରେ ଜିଲ୍ଲା ଶିକ୍ଷାଧିକାରୀ ତାକୁ ଶିକ୍ଷକ ପଦରୁ ନିଲମ୍ବନ କରିଥିଲେ। ଆଜି ବସନ୍ତ ରାଜକୁ କୋର୍ଟ ଚାଲାଣ କରାଯିବ ବୋଲି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page