ବନ୍ୟାଞ୍ଚଳ ଲୋକଙ୍କ ସହ ଆଲୋଚନା କଲେ ବିଧାୟିକା ପ୍ରମିଳା ମଲ୍ଲିକ୍‌

0

ଯାଜପୁର (ସଙ୍କେତ ଖବର): ସାମୁଦ୍ରିକ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ କରିବା ସମୟରେ ଗତ ଦୁଇ ଦିନ ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଫଳରେ ଦଶରଥପୁର ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତ ଦେଇ ପ୍ରବାହିତ ବୈତରଣୀ ଓ ଶାଖା କାଣୀ ନଦୀରେ ବନ୍ୟା ଆସିଛି । କାଣୀ ନଦୀର କଣ୍ଟପଡାଠାରେ ୫୦ ଫୁଟ୍‌ରୁ ଉର୍ଦ୍ଧ୍ୱ ଗୋଟିଏ ଘାଇ ସମେତ ଯଥାକ୍ରମେ ୩୦ ଓ ୨୦ ଫୁଟ୍ ୨ଟି ଅତିରିକ୍ତ ଘାଇସୃଷ୍ଟି ହୋଇଛି । ଏହି ଘାଇ ଦେଇ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଦଶରଥପୁର ବ୍ଲକ ତଥା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଜାମପୁର, ଥାଲକୁଡି, କୟାଁ, କମାରଢ଼ିହି ଇତ୍ୟାଦି ପଞ୍ଚାୟତ କ୍ଷତି ଗ୍ରସ୍ତ ହୋଇଛି ।
ସେହିପରି ବୈତରଣୀ ନଦୀ ବନ୍ଧ ଦତ୍ତପୁରର ୨ଟି ସ୍ଥାନରେ ବୃହତ ଆକାରର ମାଟି ଅତଡା ଖସି ଘାଇ ହେବା ଆଶଙ୍କା ବୃଦ୍ଧି ପାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ୨ଦିନ ହେବଏହି ନଦୀ ବନ୍ଧର ଦୁର୍ବଳ ସ୍ଥାନ ପ୍ରତି ସତର୍କ ନଜର ରଖାଯିବା ସହିତ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବହ୍ଲା, ବାଉଁଶ ଓ ବାଲିବସ୍ତା ମହଜୁଦ୍ ରଖାଯାଇଥିବା ବେଳେ ଆଜି ବିଞ୍ଝାରପୁର ବିଧାୟିକା ତଥା ରାଜ୍ୟ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ଓ ଅନ୍ୟ ବିଭାଗୀୟ ଅଧିକାରୀ ଦତ୍ତପୁର ଅଞ୍ଚଳ ଗ୍ରସ୍ଥରେ ଯାଇ ନଦୀ ବନ୍ଧର ବିଭିନ୍ନ ଦୁର୍ବଳ ସ୍ଥାନ ବୁଲି ଦେଖିଥିଲେ । ପରେ ସ୍ଥାନୀୟ ପଞ୍ଚାୟତଙ୍କ ନେତୃ ମଣ୍ଡଳୀ ଓ ଜନସାଧାରଣଙ୍କ ସହ ଆଲୋଚନା କରି ବନ୍ୟାକୁ ନେଇ ଭୟଭିତ ନହେବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page